ବ୍ୟାଙ୍କ ମାନଙ୍କ ସମୀକ୍ଷା କଲେ ରାଜ୍ୟପାଳ
ବ୍ୟାଙ୍କ ମାନଙ୍କ ସମୀକ୍ଷା କଲେ ରାଜ୍ୟପାଳ।
ଗ୍ରାହକ ମାନଙ୍କ ବୀମା ପାଇଁ ସଚେତନତା ସୃଷ୍ଟି ପାଇଁ ଦେଲେ ନିର୍ଦ୍ଦେଶ
ପୁରୀ ୧୯/୪ ପ୍ରତ୍ୟେକ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ଖୋଲୁଥିବା ଗ୍ରାହକ ମାନଙ୍କ ପାଇଁ ବୀମା ସୁବିଧା ରହୁଛି।ତେବେ ବୀମା ସମ୍ପର୍କରେ ଅଜ୍ଞତା ପାଇଁ ଗ୍ରାହକ ଟି ସେ ସେବା ଓ ସୁବିଧା ରୁ ବଞ୍ଚିତ ହେଉଛି।ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ଗ୍ରାହକ ମାନ ଙ୍କୁ ସେମାନଙ୍କ ବୀମା କରାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି।ଆଜି ଅପରାହ୍ନ ରେ ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମୁଦ୍ରା ଯୋଜନା ଓ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ପ୍ରଦତ୍ତ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ।ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସହଯୋଗ ସମ୍ପର୍କରେ ବ୍ୟାଙ୍କ ମାନେ ଜନ ସାଧାରଣ ଙ୍କୁ ସଚେତନ କରାଇବା ଜରୁରୀ।

ସେହିପରି ମୁଦ୍ରା ଯୋଜନା ଓ ଅନ୍ୟାନ୍ୟ ସରକାରୀ ଯୋଜନା ରେ ହିତାଧିକାରୀ ଙ୍କୁ ଯେପରି ହଇରାଣ ନ କରି ବା ବାରମ୍ବାର ନ ଦୌଡାଇ ସହଜରେ କାର୍ଯ୍ୟ ସମ୍ପାଦନ ହେବ ସେଥି ପ୍ରତି ଯତ୍ନବାନ ହେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଆଜିର ବୈଠକ ରେ ଅନୁପସ୍ଥିତ ବ୍ୟାଙ୍କ ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ।ପରେ ପରେ ମୁଦ୍ରା ଯୋଜନା ର ହିତାଧିକାରୀଙ୍କ ସହ ରାଜ୍ୟପାଳ ବାର୍ତ୍ତାଳାପ କରିଥିଲେ।ହିତାଧିକାରୀ ମାନେ ମୁଦ୍ରା ଯୋଜନା ମାଧ୍ୟମରେ ନିଜର ଆର୍ଥିକ ଅବସ୍ଥା କୁ କିପରି ସୁଧୁରିଛନ୍ତି ଓ ଋଣ ନେବା ସମୟର ଅନୁଭବ କୁ ବର୍ଣ୍ଣନା କରିଥିଲେ।ନେଇ ଥିବା ଅର୍ଥ ର ସୁବିନିଯୋଗ ସହ ନିର୍ଦ୍ଧାରିତ ସମୟରେ ଅର୍ଥ ଫେରସ୍ତ କରିବା ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ।ସର୍ବଶ୍ରୀ ଅମରେଶ ସେନାପତି, ଶୁଭମଜ୍ୟୋତି ମହାରଣା,ସୁଦର୍ଶନ ବେହେରା, ପବିତ୍ର ବେହେରା, ଅର୍ଜୁନ ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ଶୁଭମ ମହାନ୍ତି, ଭରତ କୁମାର ନାୟକ, ଶିବନାରାୟଣ ମହାନ୍ତି, ଜଗନ୍ନାଥ ସେଠୀ ପ୍ରମୁଖ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।ସମୀକ୍ଷା ବୈଠକରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଲିଡ ବ୍ୟାଙ୍କ ମ୍ୟାନେଜର କେ କେ ଆଚାର୍ଯ୍ୟ, ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ, ବିଭିନ୍ନ ବ୍ୟାଙ୍କ ଅଧିକାରୀ ମାନେ ଯୋଗ ଦେଇଥିଲେ।
