ଘର ପୋଡି ବିପନ୍ନ ଙ୍କୁ ସହାୟତା
20/4/25ଗତ ଗୁରୁବାର ସନ୍ଧ୍ୟା ସମୟ ରେ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଡ଼ାକିବଜା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଟି ଘର ଭସ୍ମିଭୁତ ହୋଇଯାଇଥିଲା | ଗତକାଲି ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଉତ୍ତମ କୁମାର ପାଣିଗ୍ରାହି ଘଟଣା ସ୍ଥଳ ରେ ପହଞ୍ଚି ଅଗ୍ନିକାଣ୍ଡ ରେ କ୍ଷୟକ୍ଷତି ହୋଇଥିବା ପରିବାର ମାନଙ୍କୁ ସାନ୍ତ୍ୱନା ଦେବା ସହ ଖାଦ୍ୟ ପଦାର୍ଥ, ଲୁଗା ପଟା ଓ ଆର୍ଥିକ ସହାୟତା ପ୍ରଦାନ କରି ଥିଲେ | ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ଗଞ୍ଜାମ ଜିଲ୍ଲାପାଳ, ଧରାକୋଟ ତହସିଲଦାର ଙ୍କ ସହ କଥା ହୋଇ ପ୍ରଶାସନିକ ସ୍ତର ରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ର ପ୍ରତିଶୃତି ଦେଇଥିଲେ |
