ଗଣିଆ ଲଙ୍କା ପୋଡ଼ି ଯାତ୍ରାରେ ସୀତାଙ୍କୁ ଠାବ କଲେ ବୀର ହନୁମାନ

ଗଣିଆ ଲଙ୍କା ପୋଡ଼ି ଯାତ୍ରାରେ ସୀତାଙ୍କୁ ଠାବ କଲେ ବୀର ହନୁମାନ
ଗଣିଆ – ଓଡ଼ିଶା ପ୍ରସିଦ୍ଧ ଗଣିଆ ଲଙ୍କା ପୋଡ଼ି ଯାତ୍ରାର ୮ମ ଦିବସରେ ରାମଲୀଳା ନାଟ୍ୟ ପରିଷଦ କଳାକାର ମାନଙ୍କୁ ନେଇ ସୀତା ଠାବ ନାଟକ ମଞ୍ଚସ୍ଥ ହୋଇଥିଲା । ମୁଖ୍ୟ ମଞ୍ଚରେ ଏହି ନାଟକ ଦେଖିବାକୁ ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ମା ସୀତାଙ୍କୁ ଠାବ କରିବା ପାଇଁ ସୁଗ୍ରୀବ ବାନର ସେନାଙ୍କୁ ଚାରିଦିଗକୁ ପଠାଇଥିଲେ । ଦକ୍ଷିଣ ଦିଗକୁ ଯାଇ ସହସ୍ର ଯୋଜନ ସମୁଦ୍ର ପାର ହୋଇ ବୀର ହନୁମାନ ଲଙ୍କା ଗଡର ଅଶୋକ ବନରେ ମାତା ସୀତାଙ୍କୁ ଠାବ କରିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଥିଲା । ହନୁମାନ ସୀତାଙ୍କୁ ଭେଟି ପ୍ରଭୁଙ୍କ ମୁଦ୍ରିକା ଦେବା ପରେ ମାତା ସୀତା ଆସ୍ବସ୍ତି ଲାଭ କରିଥିଲେ ।

ଅଶୋକ ବାଟିକାରେ ସୁସ୍ବାଦୁ ଫଳ ଦେଖି ହନୁମାନ ଫଳ ଖାଇଡା ସହିତ ବାଟିକାକୁ ଧ୍ବସ୍ତ କରିଥିଲେ । ଅନେକ ଅସୁରଙ୍କ ସହିତ ଯୁଦ୍ଧ କରିବା ପରେ ରାବଣର ଜ୍ୟେଷ୍ଠପୁତ୍ର ମେଘନାଦ ହନୁମାନଙ୍କୁ ନାଗଫାଶ ବନ୍ଧନରେ ବାନ୍ଧି ନେଇ ଦରବାରରେ ହନୁମାନଙ୍କ ଲାଙ୍ଗୁଳରେ ନିଆଁ ଲଗାଇ ଦେଇଥିଲା । ପରେ ହନୁମାନ ସେହି ନିଆଁରେ ରାବଣର ସ୍ବର୍ଣ୍ଣ ଲଙ୍କାକୁ ଭସ୍ମୀଭୂତ କରିଥିଲେ । ଗଣିଆରେ ଆସନ୍ତା ୨୯ ତାରିଖରେ ରାବଣ ବଧ ବା ମୁଖ୍ୟ ଉତ୍ସବ ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *