ମାଲ ବୋଝେଇ ଟ୍ରକ ଧକ୍କା

ମାଲ ବୋଝେଇ ଟ୍ରକ ଧକ୍କାରେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ମୁସଲିମ ବସ୍ତି ର ଜଣେ ନବମ ଶ୍ରେଣୀ ଛାତ୍ର ମହମ୍ମଦ ଅମିର ର ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ କୋୖଣସି କାର୍ଯ୍ୟ ରେ ପିଲା ଟି ଗୋପ ବଜାର କୁ ଆସିଥିଲା ଠିକ୍ ଏହି ସମୟରେ ଏକ ମାଲ୍ ବୋଝେଇ ଟ୍ରକ ଟି ଧକ୍କା ଦେଇଥିଲା ସ୍ଥାନୀୟ ବାସିନ୍ଦା ଗୋପ ଚାରିଛକ ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ ଏବଂ ପିଲା ଟି କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ପରବର୍ତ୍ତୀ ସମୟରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ରେଫର୍ କରାଯାଇଥିଲା ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *