ଦେବଗ୍ରାମ ଦେଓଗାଁ ରେ ବୈଶ୍ଯ ସଦାଶିବକୃତ ଶ୍ରୀରାମ ଲୀଳା

ଦେବଗ୍ରାମ ଦେଓଗାଁ ରେ ବୈଶ୍ଯ ସଦାଶିବକୃତ ଶ୍ରୀରାମ ଲୀଳା
ଓଡିଆ ଅସ୍ମିତା କୁ ମନେପକାଇବା ପାଇଁ ଓଡିଆ ର ସ୍ବାଭିମାନ ବଢ଼ାଇବା ପାଇଁ କପିଳାସ ପାଦଦେଶରେ ଅବସ୍ଥିତି ପ୍ରସିଦ୍ଧ ଦେବଗ୍ରାମ ଦେଓଗାଁ ରେ ‌ବରିଷ୍ଠ ସମାଜସେବୀ କୃଷ୍ଣ ଚନ୍ଦ୍ର ପତି ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ନିଦ ବାସଭବନ ରେ ପଞ୍ଚଦିବସୀୟ ବୈଶ୍ଯ ସଦାଶିବକୃତ ଶ୍ରୀରାମ ଲୀଳା ମହାବୀର ରାମାୟଣ ପରିଷଦ କଟକର ଆପିଲୋ ନିଶ୍ଚିନ୍ତକୋଇଲି ମାହାଙ୍ଗା ଦ୍ବାରା ଅତ୍ୟନ୍ତ ଭକ୍ତି ମୟ ପରିବେଶ ରେ ଏପ୍ରିଲ ଉଣିଶି ତାରିଖ ରୁ ବାଇଶି ତାରିଖ ରାତ୍ରି ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ନାଥ ସ୍ବାଇଁ, ବିଷ୍ଣୁ ଚରଣ ବାରିକ, ରାମଚନ୍ଦ୍ର ସାହୁ , ଚିଦାନନ୍ଦ ପତି, ଧୀରେନ୍ଦ୍ର ବେହେରା, କାଳନ୍ଦୀ ଚରଣ ସ୍ବାଇଁ, ମହେଶ୍ୱର ଜେନା, ଙ୍କ ସହିତ ରାମ ଚରିତ୍ର ରେ ଶିଶୁ କଳାକାର ଆଦର୍ଶ ବିଦ୍ୟାଳୟ ବିଶ୍ବନାଥ ପୁର ଛାତ୍ର ନୂତନ ଆନନ୍ଦ ପତି, ଲକ୍ଷ୍ମଣ ଚରିତ୍ରରେ ଶିଶୁ କଳାକାର ଗିରିଜା ପ୍ରସାଦ ପତି, ସୀତା ଚରିତ୍ରରେ ଶ୍ରୀ ଚନ୍ଦ୍ରଶେଖର ଜୀଉ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର‌ ଷଷ୍ଠ‌‌ ଶ୍ରେଣୀର ଛାତ୍ର ସୁଜିତ କୁମାର ଦାସ ହନୁମାନ ଚରିତ୍ରରେ ନରେନ୍ଦ୍ର କୁମାର ଭାଗ ନେଇଥିଲେ।


କାର୍ଯ୍ୟ କ୍ରମରେ ବିଦ୍ୟାଧର ସାହୁ, ସୁବାସ ଚନ୍ଦ୍ର ଦାସ, ଚନ୍ଦ୍ର ଶେଖର ପତି, ସଂଯୁକ୍ତା ପତି,ମାମୁନି ପତି, ସୁଶ୍ରୀ ସଙ୍ଗିତା ପତି, କୈଳାସ ଚନ୍ଦ୍ର ଓ ଅନେକ ସ୍ବେଛାସେବୀ ସହଯୋଗ କରିଥିଲେ। ପ୍ରାୟ ସହସ୍ରାଧିକ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ। ବାସ୍ତବିକ୍ ଏଭଳି କାର୍ଯ୍ୟକ୍ରମ ଜନସାଧାରଣ ଙ୍କୁ ଜୀବନ ଯାପନ ରେ ଧାର୍ମିକ ଭାବନା ସୃଷ୍ଟି କରିବା ସହିତ ଏକ ସୃଙ୍ଖଳିତ ଜୀବନ ଯାପନ ଗଢି ପାରିବ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ତଥା ଗଁଦିଆ ସ୍ମୃତି ସଂସଦ ଗଁଦିଆ ଢେଙ୍କାନାଳ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *