ଶ୍ରୀରାମ
(ଶ୍ରୀରାମ)
ଜୟ ଜୟ ରାମ ରାମ ଜୟ ପ୍ରଭୁ ରାମ
ଦୁଃଖ ବିନାଶକ ପ୍ରଭୁ ତୁମେ
ଜୟ ରାମ।
ଦଶରଥ ପୁତ୍ର ପ୍ରଭୁ ସୂର୍ଯ୍ୟ ବଂଶେ ଜନ୍ମ
ପୁଣ୍ଯ ଶୋଳ୍କ ପ୍ରଭୁ ତୁମେ
ହୋଇଅଛ ଧନ୍ୟ।
ପ୍ରଜା ଙ୍କ କଥାରେ ପ୍ରଭୁ ତ୍ୟାଗ କଲ ଭାର୍ଯ୍ଯା
ବାଲ୍ମିକୀ ଆଶ୍ରମେ ଛାଡି ସଜାଇଲ ଶଯ୍ୟା।
ଗର୍ଭବତୀ ଥିଲେ ସତୀ ଦେଲ
କେତେ କଷ୍ଟ
ସତୀ ସୀତା କରିନାହାନ୍ତି
କାହାରି ଅନିଷ୍ଟ।
ପରମ ଭକତ ଅଟେ ବୀର ହନୁମାନ
ସଦାବେଳେ ଆପଣଙ୍କୁ ଦିଅଇ ସମ୍ମାନ।
ସତି ଙ୍କ ଅନୁସନ୍ଧାନେ ଲଙ୍କା ପୁରୀ ଗଲା
ସ୍ବର୍ଣ୍ଣ ଲଙ୍କା କୁ ସେ ନାରଖାର କଲା।
ରାବଣ କୁ ମାରି ପ୍ରଭୁ ମାଆ ଙ୍କୁ ଆଣିଲ
ଅଯୋଧ୍ୟା ନଗରେ ତାଙ୍କୁ ରାଣୀ କରାଇଲ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
