ଜ୍ୟୋତି କଳସ ରଥକୁ ଭବ୍ୟ ସ୍ୱାଗତ

ଉଦଳା ୨୫/୦୪ ଶାନ୍ତିକୁଞ୍ଜ ହରଦ୍ୱାର ବିଶ୍ୱ ଗାୟତ୍ରୀ ପରିବାର ପ୍ରତ୍ୟକ୍ଷ ପରିଚାଳନାରେ ପବିତ୍ର ଜ୍ୟୋତି କଳରଥ ଦେଶବ୍ୟାପୀ ପରିଭ୍ରମଣ କ୍ରମରେ ଉଦଳା ଗାୟତ୍ରୀ ପରିବାର ଦ୍ୱାରା ଜ୍ୟୋତି କଳସ ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଉଦଳା ଗାୟତ୍ରୀ ପରିବାରର ବ୍ଲକ କୋଅଡିନେଟର କିଶୋର ଚନ୍ଦ୍ର ଦାସବାବୁ ଓ ସଂଯୋଜକ ଦୁଃଖିଶ୍ୟାମ ମୁର୍ମୁ ଜ୍ୟୋତି କଳସ ରଥକୁ ଉଦଳା ଗାୟତ୍ରୀ ମନ୍ଦିରରେ ବିପୁଳ ସଂଖ୍ୟାରେ ଧୂପଦୀପ ଶଙ୍ଖ ହୁଳହୁଳିରେ ସ୍ୱାଗତ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମହିଳା ମଣ୍ଡଳର ସଦସ୍ୟମାନେ ଗୀତା ମହାନ୍ତିଙ୍କ ନେତୃତ୍ୱରେ ସ୍ମିତା ମହାନ୍ତି, ପ୍ରଜ୍ଞା ପଦ୍ମଗନ୍ଧା ଦାସବାବୁ, ସବିତା ମହାନ୍ତି, ସ୍ୱସ୍ତିକା ପାଣିଗ୍ରାହୀ, କମଳିନା ମୁର୍ମୁ, ଧରିତ୍ରୀ ମୁର୍ମୁ, ବାସନ୍ତୀ ମାଝୀ, ପ୍ରତିଭା ଦାସ, ରୁଚି ବେହେରା, ଶୁଭସ୍ମିତା ବେହେରା, ଦୀପା ସ୍ୱାଇଁ, ମୀନାକ୍ଷୀ ମତ୍ତଗଜ ଆଦି ସଦସ୍ୟମାନେ ଧୂପ, ଦୀପ, ଶଙ୍ଖ, ହୁଳହୁଳି ସହ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶୋଭାଯାତ୍ରାରେ ଗାୟତ୍ରୀ ମନ୍ତ୍ର ସହ ଆଦିବାସୀ ଭାଇ ଭଉଣୀଙ୍କ ନୃତ୍ୟ ଓ ମାଦଳ ସହିତ ଜ୍ୟୋତି ରଥକୁ ଉଦଳା ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରେ ବରିଷ୍ଠ ସଦସ୍ୟ କାଳିଚରଣ ନାୟକ, ସୁବ୍ରତ ପ୍ରଧାନ, ପ୍ରତାପ ପଣ୍ଡା, ନିରଞ୍ଜନ ମହାନ୍ତ ଆଦି ସଦସ୍ୟମାନେ ଶାନ୍ତିକୁଞ୍ଜ ପ୍ରଜ୍ଞାଦୂତ ରାଜ୍ୟ ଗାୟତ୍ରୀ ପରିବାର ସଦସ୍ୟ ରସାନନ୍ଦ ବଳା, ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଦିବାକର ପ୍ରଧାନ ଓ ଜିଲ୍ଲା ସଦସ୍ୟ ଗୀତା ଦଣ୍ଡପାଟ, ଅମୂଲ୍ୟ ପରିଡାଙ୍କୁ ଆମ ସଂସ୍କୃତି ରୀତିରେ ସ୍ୱାଗତ ସହ ଜ୍ୟୋତି କଳସକୁ ବନ୍ଦାପନ୍ନା କରାଯାଇଥିଲା । ପରେ ପରେ ଏକ ଦୀପଯଜ୍ଞ ମାଧ୍ୟମରେ ବର୍ତ୍ତମାନର ସଦସ୍ୟା, ପ୍ରାକୃତିକ ଦୁର୍ଯ୍ୟୋଗ ମଣିଷର ଆସୁରିକ ପ୍ରକୃତିକୁ ବଦଳାଯାଇ ବ୍ୟକ୍ତି ଚରିତ୍ର ଓ ପରିବାର ଶୃଙ୍ଖଳା ସ୍ଥାପନ କରାଯିବାକୁ ଆମର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରାଯାଇଥିଲା । ଦୀପ ଯଜ୍ଞ କ୍ରମରେ ଜାମ୍ମୁ-କାଶ୍ମୀରର ପହଲଗାମ ଠାରେ ଆତଙ୍କି ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ଅମର ଆତ୍ମାର ସଦଗତି ପାଇଁ ଆହୁତି ଓ ନୀରବତା ଅବଲମ୍ବନ କରାଯାଇଥିଲା । ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଭଗବାନ ରାଉତ, ମନ୍ମୁୟ ପ୍ରହରାଜ, ଶତୃଘ୍ନ ସାମଲ ଓ ବନମାଳୀ ସିଂ, ପ୍ରଦୀପକ କୁମାର ମହାନ୍ତି ଓ ବ୍ରହ୍ମାନନ୍ଦ ପ୍ରଧାନ ପରିଚାଳନା କରିଥିଲେ । ଏହି ଜ୍ୟୋତି କଳସ ରଥ,ଉଦଳା ବ୍ଲକର ଚକରାପାଳ, ଶ୍ରୀଦାମଚନ୍ଦ୍ରପୁର, କୁଣ୍ଡାବାଇ, ନୂଅଗାଁ, ବହୁବନ୍ଧ, ଭୁରୁଡୁବଣୀ ଦେଇ ପୁରୁଣାପାଣି ଶକ୍ତିପୀଠ ଦେଇ କପ୍ତିପଦା ବ୍ଲକର ପୋଡାଡିହା, ପେଡାଗଡି, ବଣିଆଗାଁ, ସାନଖଲାଡି, ନୂଆସାହି ଓ କପ୍ତିପଦା ପରିକ୍ରମା କରି ଶରତ ବାଟ ଦେଇ ଠାକୁରମୁଣ୍ଡା ପରିଭ୍ରମଣ କରିବ ବୋଲି ଜିଲ୍ଲା ସଂଯୋଜକ ଦିବାକର ପ୍ରଧାନଙ୍କ ଠାରୁ ଜଣା ପଡିଥିଲା ।

Leave a Reply

Your email address will not be published. Required fields are marked *