ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, “ବ୍ରଜନଗର ଟାୱାର ଲାଇନ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ”*ବ୍ରହ୍ମପୁର – ସହରତଳି କ୍ରିୟାନୁଷ୍ଠାନ କମିଟି ଓ ବ୍ରଜ ନଗର ଉନ୍ନୟନ କମିଟି ଦିର୍ଘ ଦିନ ର ପ୍ରତୀକ୍ଷା ର ପରିସମାପ୍ତି ହେବାକୁ ଯାଉଛି । “ବ୍ରଜନଗର ଟାୱାର ଲାଇନ ରାସ୍ତା” ପ୍ରାୟ ଦେଢ଼ କିଲୋମିଟର ରାସ୍ତା ତିଆରି ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ଉଛବ ଅନୁଷ୍ଠିତ ହୋଇଥିଲା । କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦିର୍ଘ ଦିନର ଆନ୍ଦୋଳନ, ସ୍ଥାନୀୟ 24 ନମ୍ବର ୱାର୍ଡ ର କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉଛବକୁ ମାନ୍ୟବର ବିଧାୟକ କେ.ଅନୀଲ କୁମାର ଉଦଘାଟନ କରିଥିଲେ ତାଙ୍କ ସହ ବିଏମସି ମୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡି, କମିଶନର ଭବାନୀ ପ୍ରସାଦ ମିଶ୍ର, ସ୍ଥାନୀୟ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ, ଯନ୍ତ୍ରୀ ମନୋଜ କୁମାର ପାତ୍ର ଙ୍କ , ସହ ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ଚନ୍ଦ୍ର ପଟ୍ଟନାୟକ, କର୍ପୋରେଟର ସୁରେନ୍ଦ୍ର ମହାରଣା, ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ପ୍ରଚେଷ୍ଟା ସଫଳ।ଯାତାୟାତ ଅନୁପଯୋଗୀ ଓ ଦୀର୍ଘ ଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବ୍ରଜନଗର ଟାୱାର ଲାଇନ ରାସ୍ତାର ନିର୍ମାଣ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା କରାଯାଇ ଆସୁଥିବା ବହୁ ଦିନର ପ୍ରୟାସ ଓ ପ୍ରତୀକ୍ଷାର ପରିସମାପ୍ତି ହେବାକୁ ଯାଉଛି। ଲୋଚାପଡା ରାସ୍ତାର ବ୍ରଜନଗର ରାଧା କୃଷ୍ଣ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ସମୁଦାୟ ଦେଢ଼ କିଲୋମିଟର ଉକ୍ତ ରାସ୍ତା ଖାରବେଳ ନଗର, ଜ୍ୟୋତି ନଗର ଓ ମେଡିକାଲ ବ୍ୟାଙ୍କ କଲୋନୀ ଦେଇ ଭାବିନିପୁର ସିଦ୍ଧାର୍ଥ ନଗର ରାସ୍ତାକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଦୀର୍ଘ ୩୫ ବର୍ଷ ତଳେ ନିର୍ମିତ ହୋଇଥିବା ଉକ୍ତ ଟାୱାର ଲାଇନ ରାସ୍ତା ରକ୍ଷଣା ବେକ୍ଷଣା ଅଭାବରୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ବଡ ମେଡିକାଲକୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ଉପରେ ଆଖ ପାଖ ଆନେକ ଗ୍ରାମର ହଜାର ହଜାର ଲୋକ ସହରକୁ ଦୈନନ୍ଦିନ ଯାତାୟାତ ନିମନ୍ତେ ନିର୍ଭର କରିଥାନ୍ତି। ନିୟମିତ ମରାମତି, ତଦାରଖ ଅଭାବ ତଥା ଜାନିବିଲି ୱାଟର ପାଇପ ବିଛାଇବା ନିମନ୍ତେ ଉକ୍ତ ରାସ୍ତାଟିକୁ ମନଇଛା ଖୋଳି ଛାଡିଦେଲା ପରେ ରାସ୍ତାଟି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ମରଣ ଯନ୍ତାରେ ପରିଣତ ହୋଇ ଯାଇଥିଲା। ଉକ୍ତ ରାସ୍ତାର ମରାମତି ଓ ପୁନଃ ନିର୍ମାଣ ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରଜନଗର ଉନ୍ନୟନ ପରିଷଦ ଓ ସ୍ଥାନୀୟ ଜନ ସାଧାରଣଙ୍କ ବାରମ୍ବାର ଦାବୀ ପରେ ତତ୍କାଳିନ ସରକାର ଉକ୍ତ ରାସ୍ତାକୁ ୨୦୨୦ ବ୍ରହ୍ମପୁର ମହାନଗର ନିଗମକୁ ହସ୍ତାନ୍ତର କରିଥିଲେ। ଏହି ଅଞ୍ଚଳ ପଂଚାୟତରେ ଯାଉଥିବାରୁ ମହାନଗର ନିଗମ ଏହାକୁ ଅଧିଗ୍ରହଣ କରିବାକୁ କୁଣ୍ଠା ବୋଧ ପ୍ରକାଶ କରି ବହୁ ଦିନ ପକେଇ ରଖିଲେ। ପରିଶେଷରେ କ୍ରିୟାନୁଷ୍ଠାନ କମିଟିର ବାରମ୍ବାର ଦାବୀ, ଫାଲୋଆପ ଓ ଆନ୍ଦୋଳନ ଧମକ ପରେ ବିଏମସି କତୃପକ୍ଷ ରାସ୍ତାକୁ ଅଧିଗ୍ରହଣ କରି ସର୍ଭେ କରି ବଜେଟାରି ଅର୍ଥ ବ୍ୟବସ୍ଥା କରି ଏହାକୁ ଟେଣ୍ଡର ଆହ୍ବାନ କରାଇଥିଲେ । ଟେଣ୍ଡର ସ୍ୱତ୍ତେ ବହୁଦିନ ପର୍ଯ୍ୟନ୍ତ ରାସ୍ତା କାମ ନହେବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ବାରମ୍ବାର ନିୟମିତ ବ୍ୟବଧାନରେ ଜିଲ୍ଲାପାଳ, କମିଶନର, ମେୟର, ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାସ୍ତା ହସ୍ତାନ୍ତର କରଣ ଠାରୁ ଅଧିଗ୍ରହଣ ଓ ଟେଣ୍ଡର ପକ୍ରିୟାକୁ ଯିବା ପର୍ୟ୍ୟନ୍ତ କମିଟି ନିୟମିତ ଭାବରେ ଅନୁଧାବନ କରୁଥିଲା।ପରିଶେଷରେ କମିଟିର ସମସ୍ତ ଉଦ୍ୟମ ସଫଳ ରୂପ ନେବାକୁ ଯାଉଥିବାରୁ କମିଟି ଖୁସି ବ୍ୟକ୍ତ କରିବା ସହ ମହାନଗରନିଗମ କତ୍ତୃପକ୍ଷ, ବିଶେଷ କରି ବ୍ରହ୍ମପୁର ବିଧାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛି । ବର୍ତ୍ତମାନ ଚାଳିଶ ଫୁଟ ଓସାର ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଉକ୍ତ ରାସ୍ତା ମଧ୍ୟରୁ ତିରିଶ ଫୁଟ ରାସ୍ତା ଓ ଦଶ ଫୁଟ ଡ୍ରେନ ଥାଇ ଅନୁମୋଦନ ଲାଭ କରିଛି। ମୋଟ ଛ ଗୋଟି ଟେଣ୍ଡର ରେ ବିଭକ୍ତ ହୋଇଥିବା ଏହି ରାସ୍ତା କାମର ସମୁଦାୟ ବ୍ୟୟ ଅଟକଳ ୫ କୋଟି ୮୦ ଲକ୍ଷ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *