ଯାଜପୁର ଜିଲ୍ଲା ବ୍ୟାସନଗର ରେ ଥିବା କ୍ରିଷ୍ଣା ଗାର୍ଡେନ୍‌ ମଣ୍ଡପ ଠାରେ ଦ୍ୱିତୀୟ ବାର୍ଷିକ ତାଇକଣ୍ଡୁ ଓ ପୁମ୍ ସେ ପ୍ରତିଯୋଗିତା

ଯାଜପୁର ଜିଲ୍ଲା ବ୍ୟାସନଗର ରେ ଥିବା କ୍ରିଷ୍ଣା ଗାର୍ଡେନ୍‌ ମଣ୍ଡପ ଠାରେ ଦ୍ୱିତୀୟ ବାର୍ଷିକ ତାଇକଣ୍ଡୁ ଓ ପୁମ୍ ସେ ପ୍ରତିଯୋଗୀତା ଆମେଚର୍ ତାଇକୋଣ୍ଡୁ ଆସୋସିଏସନ୍ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଦୁଇ ଦିନ ଧରି ଆୟୋଜିତ କରାଯାଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିଲେ l ପିଲା ମାନଙ୍କ କାର୍ଯ୍ୟ ଦକ୍ଷତା ଅଭିବୃଦ୍ଧି ସହିତ ଶକ୍ତି ଓ ଆତ୍ମରକ୍ଷା କୌଶଳ ମୁଖ୍ୟତଃ ଏହି କ୍ରୀଡ଼ାର ଅଂଶ ବିଶେଷ ଭାବରେ ଧରାଯାଉଥିବା ବେଳେ ନିଜର ଓ ସମାଜର ସୁରକ୍ଷା ପାଇଁ ଏହି କ୍ରୀଡ଼ାକୁ ଅଭିଭାବକ ମାନେ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ସେମାନଙ୍କୁ ଓ ଯାଜପୁର ତାଇକୋଣ୍ଡୁ ଆସୋସିଏସନ ର ସଭାପତି ଦଶରଥ ସ୍ୱାଇଁ ଙ୍କୁ ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି l ତେବେ ଏହି ପ୍ରତିଯୋଗିତା ରେ ରାଜ୍ୟ ର ୧୦ଗୋଟି ଜିଲ୍ଲା ର ପିଲାମାନେ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *