କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ
କାକଟପୁର:-୨୬/୦୪ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ସକ୍ରିୟ ସଦସ୍ୟ ସମ୍ମିଳନୀ ନୟାହାଟ ହାଡିବନ୍ଧୁ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନିର୍ବାଚନ ମଣ୍ଡଳୀ ସଂଯୋଜକ ଦିବାକର ଛାଟୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି, ବିଧାୟକ ପ୍ରାର୍ଥୀ ବାଈଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଜଗତସିଂହପୁର ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ଯୁବକ ମାନଙ୍କ ପ୍ରେରଣାର ଉତ୍ସ ସଂଗ୍ରାମୀ ସୁଦର୍ଶନ ସ୍ବାଇଁ, ପୁରୀ ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ, କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଗୁଡିକ ସଂପର୍କରେ ସକ୍ରିୟ କର୍ମୀ ମାନଙ୍କୁ ଭାବରେ ବୁଝାଇଥିଲେ। ଆଗାମୀ ୨୦୨୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ବୁଥ ସ୍ତରଠାରୁ ଆରମ୍ଭ କରି ମଣ୍ଡଳସ୍ତର ପର୍ଯ୍ୟନ୍ତ ସୁସଂଗଠିତ କରାଇ ନିର୍ବାଚନରେ ଦଳକୁ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମିଳନୀ ଆରମ୍ଭ ପୂର୍ବରୁ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦିପ ପ୍ରଜ୍ୱଳନ, ବନ୍ଦେ ମାତରମ୍ ବନ୍ଦନା କରିବା ସହିତ ଜାମ୍ମୁ କାଶ୍ମୀର ପହଲଗାମରେ ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ମୃତକଙ୍କ ଉଦେଶ୍ୟରେ ୨ମିନିଟ୍ ନିରବ ପ୍ରାଥନା କରାଯାଇଥିଲା। ସହ ସଂଯୋଜକ ଲଳିତ ରଥ ମଞ୍ଚ ପରିଚାଳନା କରିଥିବା ବେଳେ କାକଟପୁର ସମସ୍ତ ମଣ୍ଡଳ ସଭାପତିଙ୍କ ସହ ଶତାଧିକ ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ।
