ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ” ଉଦଯାପିତ।

ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ” ଉଦଯାପିତ। ଶେଷ ସନ୍ଧ୍ୟାରେ ନାଟକ “ସ୍ୱାଙ୍ଗ ଯଶ କି ତସ” ମଂଚସ୍ଥ । ବ୍ରହ୍ମପୁର-ଜଣେ ଠାକୁର ଥିଲେ । ଯିଏକି କଥା କଥାରେ ଉତ୍ତେଜିତ ହୋଇ ଉଲଟା ସିଧା ସବୁ ନିଷ୍ପତ୍ତି ନିଅନ୍ତି ।ଠାକୁର ଅନେକ ଗାଁର ମାଲିକ ହୋଇଥିବା ଯୋଗୁଁ ସମସ୍ତଙ୍କୁ ତାର କଥା ମାନିବାକୁ ପଡେ । ପାଣିରେ ବାଲି ଢାଳିଲେ ପାଣି ଉପରକୁ ଉଠିବ ବୋଲି, ଦିନେ ଠାକୁର ଗାଁର ସବୁତକ କୁଅରେ ବାଲି ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏଭଳି ଉଦ୍ଭଟ କଥା ଶୁଣି ଗାଁ ଲୋକେ ଠାକୁରଙ୍କ ମାଆ ଙ୍କୁ ଯାଇ ଗୁହାରୀ ଜଣେଇଲେ । ମାଆ ଗାଳି କରିବା ପରେ ଠାକୁର ରୁସି ଯାଇ ଘର ଛାଡ଼ି ଚାଲିଗଲେ । ତାପରେ ଗ୍ରାମର ଗ୍ରାମବାସୀ ଠାକୁରଙ୍କୁ ଫେରାଇ ଆଣିବାକୁ ଯାଇ ବିଫଳ ହେବା ପରେ ଗ୍ରାମର ଚୌଧୁରୀଙ୍କ ଦ୍ୱାରା ଠାକୁରଙ୍କୁ ମନେଇକି ଫେରେଇ ଆଣିବାକୁ ଉଦ୍ୟମ କରାଗଲା । ଚୌଧୁରୀ ବିଭିନ୍ନ ଉପାୟ କରି ଠାକୁରଙ୍କୁ ନାନା ପ୍ରକାର ମିଛ କହି ଫେରାଇନେଇ ଆସିଲେ । ହେଲେ ଠାକୁର ଦେଖିଲେ ଯେ ଚୌଧୁରୀ ଯାହା କହି ତାଙ୍କୁ ଆଣିଥିଲେ ସେସବୁ ମିଛ ,ସେମିତି କିଛି ପ୍ରକୃତରେ ଘଟିନାହିଁ । ଏସବୁ ଦେଖି ଠାକୁର ପୁଣି କୂଅରେ ବାଲି ଭର୍ତ୍ତି କର ବୋଲି କହିଲେ । ଯେମିତି ସରକାରଙ୍କ ଘୋଷଣା ଓ ଯୋଜନା କାର୍ଯ୍ୟକାରୀର ପରବର୍ତ୍ତୀ ସମୟରେ ଠିକରେ କାର୍ଯ୍ୟକାରୀ ନହୋଇ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ରହିଥାଏ । ଏଭଳି କିଛି ବ୍ୟଙ୍ଗାତ୍ମକ ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ଗମ୍ଭୀର ବାର୍ତ୍ତା ଦେଇ ବ୍ରହ୍ମପୁର ସଂସ୍କୃତି ଭବନ ପରିସରରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ,ପୂର୍ବାଂଚଳ ସାଂସ୍କୃତିକ ପରିଷଦ ,ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆନୁକୂଲ୍ୟରେ ବ୍ରହ୍ମପୁର ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ପରିଷଦର ସହଯୋଗରେ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବ”ପୂର୍ବରଙ୍ଗ”ର ଉଦଯାପନୀ ସନ୍ଧ୍ୟାରେ ଶନିବାର ହିନ୍ଦୀ ନାଟକ” ସ୍ଵାଂଗ ଯଶ କି ତସ” ସଫଳତାର ସହ ମଂଚସ୍ଥ ହୋଇଯାଇଛି।

ପ୍ରଖ୍ୟାତ କାହାଣୀକାର ବିଜୟଦାନ ଦେଥାଙ୍କ ମୁଳ କାହାଣୀ “ଠାକୁରକା ରୁଠନା”ରୁ ଏହି ନାଟକ ଉଦୃତ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟର ଜବଲପୁର ସ୍ଥିତ ରଙ୍ଗାଭରନ ନାଟ୍ୟସଂସ୍ଥା ଦ୍ୱାରା ପରିବେଷିତ ଏହି ନାଟକକୁ ଅକ୍ଷୟ ସିଂ ଠାକୁର ନାଟକର ରୂପ ଦେବା ସହ ନିର୍ଦ୍ଦେଶନା ଦେଇଥିଲେ । ବନ୍ଦେଉତ୍କଳ ଜନନୀ ଗାନ କରାଯିବା ପରେ ଶେଷ ସନ୍ଧ୍ୟାର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର, ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଂଘର ସଭାପତି ଇଂ.ଉମା ଚରଣ ପାଣିଗ୍ରାହୀ,ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ,,ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା,ଓଡିଶା ନାଟକ ସମାରୋହ ସମିତିର ଉପସଭାପତି ଡ଼. ସନ୍ୟାସୀ ମହାରଣା, ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଓଡିଶା ନାଟକ ସମାରୋହ ସମିତିର ସାଂସ୍କୃତିକ ସମ୍ପାଦକ ଡ଼. ମିହୀର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିଲେ । କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମ ରେ ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ, ଶଙ୍କର୍ଷଣ ସାବତ,କୈଳାସ ପାଣିଗ୍ରାହୀ,ରାମଚନ୍ଦ୍ର ସାସମଲ,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,,ମିହୀର ପାଣିଗ୍ରାହୀ,ବିନାୟକ ହୋତା,ଆରତୀ ପାତ,ଗିରିଜା ଶଙ୍କର ଦାସ,ସତ୍ୟବ୍ରତ ଦାସ,ଉମେଶ ଚୌଧୁରୀଙ୍କ ସହିତ ଜିଲ୍ଲା ସାଂସ୍କୃତିକ ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । ନାଟକର ନାଟ୍ୟକାର ଓ ନିର୍ଦ୍ଦେଶକ ଅକ୍ଷୟ ସିଂ ଠାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *