ବିଶ୍ଵ ମ୍ୟାଲେରିଆ ଦିବସ ୨୦୨୫
ଫୁଲବାଣୀ ଠାରେ ମ୍ୟାଲେରିଆ ନିରାକରଣ ସଚେତନତା ସମ୍ମିଳନୀ। ଫୁଲବାଣୀ:-୨୫/୦୪ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ସ୍ଥାନୀୟ ଜି ଏନ ଏମ ସମ୍ମିଳନୀ କକ୍ଷ ଠାରେ ଆଜି ବିଶ୍ଵ ମ୍ୟାଲେରିଆ ଦିବସ ୨୦୨୫ ପାଳନ କରିବାକୁ ଯାଇ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯଥାସମ୍ଭବ ସ୍କ୍ରିନିଂ କରି ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ଆଶା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଆଜିର ଏହି ମହତ୍ଵପୂର୍ଣ୍ଣ ଦିବସରେ ସମସ୍ତଙ୍କୁ ମଶାରି ବ୍ୟବହାର କରିବା ସହ ଜ୍ଵର ଆସିବାକ୍ଷଣି ସ୍ଥାନୀୟ ଆଶାଙ୍କ ନିକଟକୁ ଯାଇ ରକ୍ତପରିକ୍ଷା କରି ସଠିକ ମାତ୍ରାର ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଓ ଏହାର ପ୍ରତିକାର ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଜଣେ ସାଧରଣଲୋକର ଦାୟିତ୍ଵ କ,ଣ ରହିଛି ତାହା ଉପରେ ଆଲୋଚନା କରିଥିଲେ । ସମସ୍ତେ ମିଶି ମ୍ୟାଲେରିଆର ମୂଳଉତ୍ପାଟନ ପାଇଁ ଶପଥ ପାଠ କରିଥିଲେ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା କିଛି କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଲ୍ୟାଣୀ ମିଶ୍ର, ସହକାରୀ ବନ ସଂରକ୍ଷକ(କେନ୍ଦୁ ପତ୍ର), ଫୁଲବାଣୀ ଶ୍ରୀ ଚନ୍ଦ୍ରସେନ ପୂଜାରୀ, ଡି.ପି.ଇ.ଓ ଶ୍ରୀ ସଞ୍ଜୟ କୁମାର ପାତ୍ର, ଆଡମିନିଷ୍ଟ୍ରେଟିବ୍ ଅଫିସର ଶ୍ରୀ ସୌଭାଗ୍ୟ ରଞ୍ଜନ ପଣ୍ଡା,ଜିଲ୍ଲା କାର୍ଯ୍ୟକ୍ରମ କରିଚଳକ ମନୋରଞ୍ଜନ ସାହୁ, ସହକାରୀ ମତ୍ସ ଅଧିକାରୀ, ଫୁଲବାଣୀ ଶ୍ରୀ କାହ୍ନୁ ଚରଣ ମୁଖି , କାର୍ଯ୍ୟକ୍ରମ ପରିଚାଳକ, ସ୍ଵାତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ, ପ୍ରକଳ୍ପ ସହାୟକ , ବନବାସୀ ସେବାସମିତି ଶ୍ରୀ ଦୋଳଗୋବିନ୍ଦ ମହାରଣା, ଆଶା କର୍ମୀ, ସରକାରୀ ନର୍ସିଂ କଲେଜର ଛାତ୍ର ଛାତ୍ରୀ ଓ କର୍ମକର୍ତା ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
