ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଆରାଧନା ମହୋତ୍ସବ ଉଦଯାପିତ

ଉଦଳା-ପ୍ରଶାନ୍ତି ନିଳୟମ ର ନିଷ୍ପତ୍ତି ଅନୁଯାଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଆରାଧନା ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି l ଏପ୍ରିଲ 2ତାରିଖ ରୁ ଉଦଳା ଅଂଚଳ ରେ ବିଭିନ୍ନ ବାଳବିକାଶ ଛାତ୍ର ଛାତ୍ରୀ ଙ୍କ ଘରେ ଅପରାହ୍ନ 5 ଘଟିକା ରେ ବେଦ ଗାନ, ସାଇ ଗାୟତ୍ରୀ ଜପ, ଭଜନ, ଆରତୀ କରାଯାଉଥିଲା l ଆଜି କପ୍ତିପଦା ଗୋଲଗାଡ଼ିଆ ପ୍ରଶାନ୍ତ ଦାସ ଙ୍କ ଝିଅ ତଥା ବାଳବିକାଶ ଛାତ୍ରୀ ହିତାଂଶୀ ଦାସ ଘରେ ଉକ୍ତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଆବାହକ ବିଜୟ କୁମାର ବେହେରା, ଶିକ୍ଷା ସଂଯଜକ ରାଜେନ୍ଦ୍ର ବେହେରା, ସଂଯଜିକା ସ୍ମୃତି ରେଖା ବେହେରା, ସେବା ସଂଯଜକ ରୁନୁଗୋପଲ ରାୟ ସଂଯଜିକା ପ୍ରଭାସିନୀ ବିନ୍ଧାଣି, ଆଧ୍ୟାତ୍ମିକ ସଂଯଜକ ସୁବଳ କୁମାର ବେହେରା ସଂଯଜିକା ଜୟନ୍ତୀ ରାୟ, ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ମୁଦୁଲି, ଶଶୀକାନ୍ତ ମିଶ୍ର, ଅତନୁ ସବ୍ୟସାଚୀ ବେହେରା, କୁମୁଦିନୀ ବିନ୍ଧାଣୀ, ବୈଜୟନ୍ତ ଦାସ, ଶୁଭଲକ୍ଷ୍ମୀ ପଣ୍ଡା, ମମତା ବେହେରା, ମମତା ବିନ୍ଧାଣୀ ସମେତ ବହୁ ସଦସ୍ୟ / ସଦସ୍ୟା ତଥା ଗ୍ରାମବାସୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ସୁବଳ ବେହେରା ଆଧ୍ୟାତ୍ମିକ ବକ୍ତବ୍ୟ ରଖିଥିଲେ l

Leave a Reply

Your email address will not be published. Required fields are marked *