ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ।

ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ “ଯୁଗେ ଯୁଗେ ଶ୍ରୀଜଗନ୍ନାଥ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ ପୌରହିତ୍ୟ କରିଥିବା ସହ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ସୁଜ୍ଞାନ କୁମାର ମହାନ୍ତି ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ପରଂବ୍ରହ୍ମ ସେ ଯୁଗେ ଯୁଗେ ନୀଳାଚଳରେ ଲୀଳା କରୁଅଛନ୍ତି ବୋଲି ମତବକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ସତ୍ୟ ଯୁଗର ରାଜା, ତାଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ ତେଣୁ ମହାପ୍ରଭୁ ସତ୍ୟ, ତ୍ରେତୟା, ଦ୍ଵାପର ଓ କଳି ଯୁଗରେ ଭକ୍ତମାନଙ୍କ ଦ୍ୱାରା ପୂଜିତ । ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜସେବୀ ଡଃ ନାରାୟଣ ମହାପାତ୍ର, ପ୍ରଫେସର ଗୌରପ୍ରିୟା ଦାଶ, ପ୍ରଫେସର ସାବିତ୍ରୀ ଶତପଥୀ, ଡଃ ବଳରାମ ଦାଶ, ସଂପାଦକ ଡଃ ଶଶିକାନ୍ତ ରଥ,ତଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ,ଇଂ ବିଜୟ କୁମାର ପଣ୍ଡା, ଶ୍ରୀ ଅତୁଲ୍ ଶର୍ମା, ଶ୍ରୀଶମ୍ଭୁ ସିଂ, ଇଂ ସୁଭେନ୍ଦୁ ସାମଲ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ,ତଃ ଅଜିୟାନନ୍ଦ ସାହୁ, କାର୍ତ୍ତିକ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀରୁ ପଣ୍ଡିତ ଅଲୋକ କୁମାର ଦାଶ ବୈଦିକ ମଙ୍ଗଳାଚରଣ କରିଥିଲେ l ମହାରାଷ୍ଟ୍ରରୁ ଇଂ ଗୋପନାଥ ମିଶ୍ର ସଭା ପରିଚାଳନା କରିଥିଲେ l ଭୁବନେଶ୍ୱରରୁ କଣ୍ଠଶିଳ୍ପୀ ଅନାମିକା ସ୍ୱାଇଁ ପଟ୍ଟନାୟକ,ହିମାଚ଼ଳ ପ୍ରଦେଶରୁ ଅଭିଷେକ ଗୋସ୍ୱାମୀ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଦିଲ୍ଲୀରୁ ଶ୍ରୀ ନରେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *