କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ :୧୩୨ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ

ଉଦଳା – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗଦେଇ ୧୩୨ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅକ୍ଷକ ଡ଼. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ତହସିଲଦାଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୦୯ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସୁଳେ ୨୩ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୪ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ୪ ଜଣଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଲେଖାଏଁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ କପ୍ତିପଦା ବ୍ଲକ ଘୁଣ୍ଟୁବଣୀରେ ରାସ୍ତା ଅବରୋଧ ଯୋଗୁଁ ଚାଷ ଜମିକୁ ଯାଇନପାରିବା, ମଝିଗଡ଼ିଆ ଗ୍ରାମରେ ଜୋର ଜବରଦସ୍ତ ପୋଖରୀ ରାସ୍ତାକୁ ଅବରୋଧ କରିବା, ବେରୋଜଗାରୀ ଭଭା ନପାଇବା ତଥା ବିଦ୍ୟୁତ୍ ତାର ସ୍ଥାନାନ୍ତର, ଉଦଳା ବ୍ଳକ୍ ଶିରିପୁର ଉ:ପ୍ରା: ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ଉଦଳା ଏନ୍.ଏ.ସି. ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ଶାଖା ସମ୍ମୁଖରେ ଥିବା ବିପଦପୂର୍ଣ ସରକାରୀ କୋଠା ସ୍ଥାନରେ ବିଶ୍ରାମ ସୁଳୀ ନିର୍ମାଣ, ଗୋପବନ୍ଧୁ ନଗର ବ୍ଲକ ଦିଘିନୂଆସାହି ସୌରାତ—୧ ଲିଜଧାରୀଙ୍କ ଦ୍ବାରା ଅସାମାଜିକ ବ୍ୟକ୍ତିଙ୍କୁ ଆଣି ଗ୍ରାମବାସୀଙ୍କୁ ଧମକ୍ ଚମକ୍ ଦେବା, ଖୁଣ୍ଟା ବ୍ଲକ୍‌ର ବଡ଼ ମାମୁଡ଼ିଆ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଅଭିଯୋଗ ଗୁଡ଼ିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ, ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡ଼େପୁଟୀ କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, ସାଇ ସରୂପ କର, ତାପସ ପ୍ରଧାନ, ଉଷାରାଣୀ ବିନ୍ଧାଣୀ, ଭବାନୀ ପଣ୍ଡା, ଉଦୟ ନାୟକ, କୈଳାସ ଦନୈକ, ଅଜିତ୍ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *