ପାରାଦ୍ୱୀପ AMNS କମ୍ପାନୀ ଠିକା ଶ୍ରମିକ ଙ୍କ ବିକ୍ଷୋଭ

– ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ଓ ପ୍ରତିବାଦ ଦିତୀୟ ଦିନରେ ପହଞ୍ଚିଲା । ମୂଖ୍ୟତଃ ଶ୍ରମିକ ଙ୍କ ଦରମା ବୃଦ୍ଧି, ବେଆଇନ ଛଟେଇ, ଇପିଏଫ୍/ଇଏସ୍ଆଇ, ଡଷ୍ଟ ଆଲାଉନ୍ସ ଓ ଗେଟ୍ ପାସ୍ ଭଳି ବିଭିନ୍ନ ଦାବି ନେଇ କମ୍ପାନୀ କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ କରୁନାହାନ୍ତି । ତେଣୁ ବାଧ୍ୟ ହୋଇ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ଶହଶହ ଶ୍ରମିକ ଙ୍କୁ ନେଇ କମ୍ପାନୀ ର ମୂଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଦିବାଦ ଜଣାଇଲେ ଶ୍ରମିକ।

ଯଦି ଖୁବଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ସଂଘ ସହ ଆଲୋଚନା କରି ଦାବୀ ଗୁଡିକ ପୂରଣ ନକରେ ତେବେ ଯୋରଦାର ଆନ୍ଦୋଳନ କରାଯିବା ସହ କମ୍ପାନୀ ଫାଟକରେ ତାଲା ପକାଇ କମ୍ପାନୀ କୁ ସମ୍ପୂର୍ଣ୍ଣ ଅଚଳ କରିବେ ବୋଲି କହିଛନ୍ତି ଶ୍ରମିକ ନେତା ଓ ଶ୍ରମିକମାନେ। ଆଇନଶୃଙ୍ଖଳା ପରିସ୍ଥିତି କୁ ନଜରରେ ରଖି କମ୍ପାନୀ ଫାଟକ ନିକଟରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *