ନୀଳଚକ୍ର ମର୍କତନଗର କଟକ ଶାଖାର ବାର୍ଷିକ ଉତ୍ସବ ଓ ମଧୁ ଜୟନ୍ତୀ ।।

କଟକ, : ନୀଳଚକ୍ର ମର୍କତନଗର କଟକ ଶାଖାର ୧୯ତମ ବାର୍ଷିକ ଉତ୍ସବ ଓ ମଧୁ ଜୟନ୍ତୀ ସେକ୍ଟର-୭ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଶାଖାରସଭାପତି ମୁରଲୀଧର ଶତପଥି ପରିଚାଳନା କରିଥିଲେ । ସର୍ବପ୍ରଥମେ ପହଲଗାମରେ ସହିଦ ହୋଇଥିବା ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯାଇଥିଲା । ମଧୁସୂଦନଙ୍କ ଜୀବନୀ ଆଧାରିତ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନୀଳଚକ୍ର ସଭାନେତ୍ରୀ ଶ୍ରୀମତୀ ନମିତା ପଣ୍ଡା ଉଦଘାଟକ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଓ ସାରସ୍ୱତ ସାଧକ ଡକ୍ଟର ଅଜୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବୈପ୍ଳବିକ ସାରସ୍ୱତ ସାଧକ ତଥା କବି ରାଜୀବ କୁମାର ଷଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବେ କଲିକତା ଶାଖାର ସମ୍ପାଦକ ଶେଷଦେବ ସାମଲ ଯୋଗଦେଇ ଓଜସ୍ୱିନୀ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ସାରସ୍ୱତ ସାଧକ ବ୍ରହ୍ମାନନ୍ଦ ବିଶ୍ଵାଳ, ସଙ୍ଗୀତ ନିର୍ଦ୍ଦେଶକ ମନୋଜ କୁମାର ରଥ, ସାରସ୍ୱତ ସାଧକ ତଥା ସାମ୍ବାଦିକ ବିନୋଦ କୁମାର ଭୋଇ ଓ ଡାକ୍ତର ସାଇରାମ ପଟ୍ଟନାୟକଙ୍କୁ ‘ନୀଳଚକ୍ର ବ୍ରହ୍ମାନନ୍ଦ ପଣ୍ଡା ସମ୍ମାନ’ ପ୍ରଦାନ କରାଯାଇଥିଲା । ଶାଖା ସଂପାଦକ ଅଦ୍ୱୈତ ଚରଣ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅକ୍ଷୟ କୁମାର କର, ଡାକ୍ତର ନୀଳାଦ୍ରି ପଣ୍ଡା, ସଂଯୋଜ କୁମାର ସାମନ୍ତରାୟ, ନିବାସ ଚନ୍ଦ୍ର ମିଶ୍ର, ରମାକାନ୍ତ ମହାପାତ୍ର, ବାବାଜି ବେହେରା, ରଞ୍ଜନ କୁମାର ମହାନ୍ତି, ଅନୀଲ କୁମାର ପଣ୍ଡା, ଅଶୋକ କୁମାର ତ୍ରିପାଠୀ, ଅଦୈତ ଚରଣ ପ୍ରଧାନ, ବିକ୍ରମ ଲେଙ୍କା, ନମିତା ମହାନ୍ତି, ରାଜଗାଙ୍ଗପୁର ଶାଖାର ତୁଷାରକାନ୍ତ ସାହୁ, ଝାଡ଼ଖଣ୍ଡ ଶାଖାର ପୂର୍ବତନ ସଭାପତି ରଣଜିତ୍ ପଟ୍ଟନାୟକ, ସଙ୍ଗୀତଗୁରୁ ଅରୂପଲାଲ ଘୋଷ, ଉପଦେଷ୍ଟା ସବିତା ରଞ୍ଜନ ପଟ୍ଟନାୟକ, ବ୍ରଜ ନନ୍ଦ, ମୋହନ ଚରଣ ମଲ୍ଲିକ, ପ୍ରିୟବ୍ରତ ଦେବତା, ବିଜୟ ନାୟକ ଓ ମଞୁଳା ପ୍ରଧାନ ପ୍ରମୁଖ ବହୁ ଆଜୀବନ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଶାଖାର କାର୍ଯ୍ୟକାରୀ ସଭାପତି ରାଧାଶ୍ୟାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *