ଗାଧୋଉଥିବା ବେଳେ ବୁଡି ଯାଉଥିବା ପର୍ଯ୍ୟଟକ ଉଦ୍ଧାର।
କୋଣାର୍କ – ବିହାର ଜାହାନବାଦ୍ ରୁ ୫ ଜଣ ଯୁବ ସାଥୀ ପର୍ଯ୍ୟଟକ ପୁରୀ କୋଣାର୍କ ବୁଲିବାକୁ ଆସି ଗୁରୁବାର ସକାଳେ ଚନ୍ଦ୍ରଭାଗା ବେଳାଭୂମି ସମୁଦ୍ରରେ ଗାଧୋଉଥିବା ବେଳେ ଅମନ୍ କୁମାର (୨୫) ନାମକ ଜଣେ ଯୁବକ ସମୁଦ୍ର ଢେ଼ଉରେ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ କର୍ମଚାରୀ ମାନେ ଉଦ୍ଧାର କରି ତୁରନ୍ତ ଚମ୍ପାହର ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କ ସହଯୋଗରେ ଗୋପ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ସୁଚନା ମିଳିଛି।
