ଗ୍ରହରାଜ ଶନିଶ୍ଚର ଙ୍କ ୭୬ ତମ ବାର୍ଷିକ ଯଜ୍ଞଉତ୍ସବ ପାଇଁ ଚଳଚଞ୍ଚଳ ରାଛିପୁର ର ଶନିଶ୍ଚର ଙ୍କ ପୀଠ l

ଆସନ୍ତା ତା ୦୨.୦୫ ୨୦୨୫ ରିଖ ଶୁକ୍ରବାର କଳସ ସ୍ଥାପନ ୦୩ ୦୫ ୨୦୨୫ ରିଖ ଶନିବାର ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବ ଓ ୦୪.୦୫.୨୦୨୫ ରିଖ ରବିବାର ଦିନ କଳସ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ l ଶନିବାର ଭୋର ୪ ଟା ସମୟରେ ପ୍ରଭୁ ଙ୍କ ମହାସ୍ନାନ ଆରମ୍ଭ ହୋଇ ଭୋଗ, ନୈବିଦ୍ୟ, ପୁଷ୍ପାଞ୍ଜଳି, ଓ ପରେ ମହାଯଜ୍ଞ ଅନୁଷ୍ଠିତ ହେବ l ଯାଜପୁର ର ପ୍ରସିଦ୍ଧ ଏହି ଶନି ପୀଠରେ ଦୀର୍ଘ ୭୫ ବର୍ଷହେବ ଯଜ୍ଞଉତ୍ସବ ଚାଲି ଆସୁଥିବାବେଳେ ଚଳିତ ବର୍ଷ ୭୬ ବର୍ଷ ରେ ପଦାର୍ପଣ କରିବ l ଏଠାକୁ ପ୍ରତିବର୍ଷ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟେ l ପାଖାପାଖି ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେଉଥିବା କହିଛନ୍ତି ମନ୍ଦିର କମିଟି ର ସମ୍ପାଦକ l ଚଳିତ ବର୍ଷ ଅସହ୍ୟ ଗରମ ଓ ଭିଡ଼ କୁ ଆଖି ଆଗରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାରିଗେଟ, ପାଣି ସ୍ପ୍ରେ, ଜଳଛତ୍ର,ର ଆୟୋଜନ କାରାଯାଉଛି l ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟସେବା ଓ ଜରୁରୀ କାଳୀନ ସେବାପାଇଁ ଦମକଳ ବାହିନୀ, ଆମ୍ବୁଲାନ୍ସ, ଓ ପୋଲିସ ପ୍ରଶାସନ ସଜାଗ ରହିଛି l ପ୍ରଭୁଙ୍କ ଉତ୍ସବ ନିମନ୍ତେ ଗତ ସୋମବାର ଠାରୁ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତଗତି ରେ ଚାଲୁ ରହିଥିବା କହିଛନ୍ତି ମନ୍ଦିର କମିଟି ର ସମ୍ପାଦକ l

ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *