ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ

Date:- 03/05/2025 :- ଚରମ୍ପା ଷ୍ଟେସନ୍‌ରୁ ବାହାରି ଅଟୋରେ ଚାଲାଣ ହେଉଥିଲା ଗଞ୍ଜେଇ । ଦୁଇଟି ଟ୍ରଲି ବ୍ୟାଗ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଭଦ୍ରକ ସହରାଞ୍ଚଳ ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ମୁତାବକ, ଚରମ୍ପା ଷ୍ଟେସନ୍‌ରୁ ଦୁଇ ଟ୍ରଲି ବ୍ୟାଗ୍‌ ନେଇ ଆସିଥିବା ଯାତ୍ରୀ ଅଟୋରେ ବାହାରିଥିଲେ । ଉକ୍ତ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ସୂଚନା ପାଇ ପୋଲିସ ଜଗି ରହିଥିଲା । ଅଭିଯୁକ୍ତଙ୍କୁ ଦେଖି ପୋଲିସ ବାଇକ୍‌ରେ ପିଛା କରିବାରୁ ଅଟୋଟି ସହର ଭିତରେ ଘୁରି ବୁଲୁଥିଲା । ଶେଷରେ ବାଇପାସ ନିକଟରେ ଅଟୋକୁ ଅଟକାଇ ଯାଞ୍ଚ କରାଯିବା ବେଳେ ଦୁଇ ଟ୍ରଲି ବ୍ୟାଗ୍‌ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଭଦ୍ରକ ସହରାଞ୍ଚଳ ପୋଲିସ ଅଟୋ ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଜବତ ଗଞ୍ଜେଇର ପରିମାଣ ଅସ୍ପଷ୍ଟ ଥିବା ବେଳେ ପ୍ରାୟ ୧୮ ରୁ ୨୦ କିଲୋ ଭଳି ଗଞ୍ଜେଇ ଥିବା ଅନୁମାନ କରାଯାଉଛି । କେଉଁ ଠାରୁ ଗଞ୍ଜେଇ ଆସୁଥିଲା ଓ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିବ ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *