ମା ମଙ୍ଗଳା ଙ୍କ ୧୩ତମ ବାର୍ଷିକ ପ୍ରତିଷ୍ଠା ଯଜ୍ଞତ୍ସବ ୨୦୨୫

ଯାଜପୁର ଜିଲ୍ଲା ର ପ୍ରସିଦ୍ଧ ଭିକିପୁର ଗ୍ରାମର ଦୟାମୟୀ ମା ମଙ୍ଗଳଙ୍କର ଦ୍ୱାଦଶ ବାର୍ଷିକ ମହୋତ୍ସବ ପାଳନ ହୋଇଯାଇଛି l ମା ଙ୍କ ମନ୍ଦିର ପାଖରୁ ୧୦୮କଳସ ବିଭିନ୍ନ ପ୍ରକାର ର ବାଦ୍ୟ, କୀର୍ତନ ଓ ଡିଜେ ସହ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା l ଏହି କଳସ ଶୋଭାଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା l ଏହି ମହୋତ୍ସବ ୮ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି l ଏଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ କୀର୍ତନ ଘୋଡାନାଚ ଇତ୍ୟାଦି ପରିବେଷଣ କରାଯିବ l ଏହି ମା ମଙ୍ଗଳାଙ୍କ ମହୋତ୍ସବ ରେ ସୂର୍ଯ୍ୟ ପୂଜା, ବେଦପାଠ, ଚଣ୍ଡୀପାଠ ଆଦି କାର୍ଯ୍ୟକ୍ରମ କରିବା ସହିତ ଓଡ଼ିଶାର ସୁନାମ ଧନ୍ୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଏହି ବାର୍ଷିକ ମହୋତ୍ସବ ଟିକୁ ହରିଗୋସାଇଁ ସମ୍ପର୍କ କ୍ଲବ ଓ ଭିକିପୁର ଗ୍ରାମର ସମସ୍ତ ଗ୍ରାମବାସୀମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ସହଯୋଗ କରିଥାନ୍ତି l

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *