କାକଟପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କାକଟପୁର, ୨୦୨୫ ମସିହା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସାରା ରାଜ୍ୟରେ ପରୀକ୍ଷା ଫଳ ଭଲ ହୋଇଥିବା ବେଳେ ଭଲ ମାର୍କ ରଖି ପାସ୍ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ କାକଟପୁର ବ୍ଲକ ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୪ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ରେ ପାସ୍ କରି ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି। ଏନେଇ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଭାପତି ଶିକ୍ଷାବିତ୍ ପ୍ରମୋଦ କୁମାର ପୃଷ୍ଟି, ସମ୍ପାଦକ ଓ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଦେଇ ଶୁଭେଛା ଜଣାଇବା ସହିତ ମିଠା ଖୁଆଇ ଆଗାମୀ ଭବିଷ୍ୟତ ଉଜଳମୟ ହେବାକୁ ପାଇଁ ଆଶୀର୍ବାଦ କରିଥିଲେ। ଅଂଶୁମାନ ରାଉତ ୫୬୦ ମାର୍କ ରଖି ବ୍ଲକ ଟପ୍ପର, ପ୍ରତୀକ୍ଷା ତ୍ରୀପାଠୀ ୫୫୮ ମାର୍କ ରଖି ଦ୍ଵିତୀୟ, ଅଙ୍କିତା ମିଶ୍ର ୫୫୪ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଛାତ୍ର ଛାତ୍ରୀ ମାନେ ପରିଶ୍ରମ କରି ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଓ ଈଶ୍ୱରଙ୍କ କୃପାରୁ ଭଲ ମାର୍କ ରଖିଥିବାରୁ ସମସ୍ତଙ୍କୁ ଶ୍ରେୟ ଦେବା ସହ ଆଗାମୀ ଭବିଷ୍ୟତରେ ଡ଼ାକ୍ତର, ବୈଜ୍ଞାନିକ ଓ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *