ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ର ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଆଜି ପ୍ରାତ ୭ଟ। ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ର ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାଏ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ କୁମାର ମହାନ୍ତି, ଶ୍ରୀ ସରୋଜ କୁମାର ଦତ୍ତ, ମୁଖ୍ୟ ଚିକିସ୍ୟ।ଧିକାରୀ ଡକ୍ଟର ସୁଧାଂଶୁ ଶେଖର ବଳ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପପ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର କୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ।

ଆଜିର ଜନଶୁଣାଣି ଶିବିର ରେ ମୋଟ୧୩୬ ଟି ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥି ମଧ୍ୟରୁ ୧୧୩ ଟି ବ୍ୟକ୍ତିଗତ ଥିଲା ବେଳେ ୨୩ ଟି ସାମୁହିକ ଥିଲା। ୬ଜଣ ଙ୍କୁ ୪୩୦୦୦ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଓ ୨ ଜଣ ଙ୍କୁ ୩୦୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ଙ୍କ ର ରିଲିଫ ପାଣ୍ଠି ରୁ ଅନୁଦାନ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା। ପରେ ପରେ ଦିବ୍ୟ।ଙ୍ଗ ଙ୍କୁ wheelchair ପ୍ରଦାନ କରାଯାଇଥିଲା।
