ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜୟନ୍ତୀ ପାଳନ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହାନ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ଏକଦିବସୀୟ ଆଲୋଚନା ଚକ୍ର

ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।କେନ୍ଦୁଝର ଜିଲ୍ଲା ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିବା ଏହି ଆଲୋଚନାଚକ୍ରରେ ଅତିଥିମାନେ ଯୋଗଦେଇ ଗଡ଼ଜାତ ଆନ୍ଦୋଳନରେ ବିପ୍ଲବୀ ଧରଣୀଧରଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *