କାକଟପୁରରେ ଯୋଗଦେଲେ ନୂତନ ଶିକ୍ଷା ଅଧିକାରୀ

କାକଟପୁର୦୬.୦୫ – କାକଟପୁର ବ୍ଳକ ଶିକ୍ଷା ବିଭାଗରେ ଦୀର୍ଘ ଦିନଧରି ବିଇଓ ତଥା ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲା। ମଙ୍ଗଳବାର ନୂତନ ବିଇଓ ଭାବେ ଦକ୍ଷ ଶିକ୍ଷାବିତ୍ ରବିନ୍ଦ୍ରନାଥ ନନ୍ଦ ଯୋଗ ଦେଇଛନ୍ତି। ପିପିଲି ଡେଲାଙ୍ଗ ପରି ବ୍ଲକରେ ଦକ୍ଷତା ସହ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ଶ୍ରୀଯୁକ୍ତ ନନ୍ଦ। କାକଟପୁର ବ୍ଳକର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପାରିବ କି ନାହିଁ ସମୟ କହିବ ବୋଲି ଏ ଅଞ୍ଚଳର ଶିକ୍ଷାବିତ୍ ମାନେ ସଂନ୍ଦେହ ପ୍ରକଟ କରିଛନ୍ତି। କାରଣ କାକଟପୁର ବ୍ଳକ ଶିକ୍ଷା ବିଭାଗ ଅଧିନରେ ଶିକ୍ଷକତା କରୁଥିବା ଅଧିକାଂଶ ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷାଦାନକୁ ଗୌଣ ମନେ କରି ପରୋକ୍ଷ ଭାବରେ ରାଜନୀତି,ଡିଲର,ଓ କପି କରି ଲେଖକ,ଲେଖିକା, କବି କବୟିତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିବା ପାଇଁଁ ଟଙ୍କା ପଇସା ଦେଇ ମାନପତ୍ର,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଜିଲ୍ଲା ,ତଥା ରାଜ୍ୟସାରା ବୁଲି ଯୁଗଳ ବନ୍ଦୀ ସମ୍ମାନରେ ସମ୍ମାନୀତ ହେଉଛନ୍ତି।

ସଂଗଠନ କରି ନିଜକୁ ସୁହାଇବା ଭଳି ମଦର ପୋଷ୍ଟ ଛାଡି ଡେପୁଟେସନରେ ଯାଇ ପାଠ ପଢ଼ାଇବା ପରିବର୍ତ୍ତେ ରାଜନୀତି ଅଧିକ କରି ନିଜକୁ ଶିକ୍ଷକ ନେତା ହେବାର ଗୌରବ ଅର୍ଜନ କରନ୍ତି। ଆରଟିଆଇ ମାରୁଥିବା ବ୍ୟକ୍ତିଙ୍କୁ ପଇସା ପତ୍ର ଦେଇ ବସିଭୂତ କରାଇବାରେ ଏ ମାନେ ସିଦ୍ଧହସ୍ତ। ସିଆରସିସି ମାନଙ୍କୁ ଅବମାନନା କରି କେତେକ ଶିକ୍ଷକ ସ୍କୁଲ କାମ ବାହାନା ଦେଖାଇ କାକଟପୁର ବଜାରରେ ଚା ଦୋକାନରେ ଖଟି କରୁଥିବାର ଅଭିଯୋଗ ହେଉଥିଲେ ମଧ୍ୟ ସେମାନେ ଅଧିକାରୀଙ୍କୁ ଉତ୍କୋଚ ଦେଇ ବସିଭୂତି କରିବାରେ ମାହିର ଅଟନ୍ତି। ତେଣୁ ନୂତନ ବିଇଓ କେତେଦୂର କାକଟପୁର ବ୍ଳକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବେ କି ପୂର୍ବସୁରୀଙ୍କ ପଦାଙ୍କ ଅନୁସରଣ କରିବେ ସମୟ ହିଁ କହିବ ବୋଲି କାକଟପୁର ବ୍ଳକର ଶିକ୍ଷାବିତ୍, ବୁଦ୍ଧିଜୀବି,ଓ ଅବିଭାବକ ମାନେ ଆଶା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *