ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ବିଧାୟକ ଆକାଶ

କୋରେଇ, ୦୬/୦୫ : କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ୱର ଗ୍ରାମପଂଚାୟତ ଓ ହଳଦୀଗଡିଆ ଗ୍ରାମପଂଚାୟତରେ ୪ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ସକାଳ ୧୦ ଘଟିକା ସମୟରେ ଧନେଶ୍ୱର ଗ୍ରାମପଂଚାୟତର ଆଂଚଳିକ ଉଚ୍ଚ ବିଦ୍ୟାପୀଠ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶ୍ରେଣୀରେ ଅଟକଳ ପରିମାଣ ୧୭ ଲକ୍ଷ ଟଙ୍କା । ସେଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ପଣ୍ଡୁଳା ଛକ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପଣ୍ଡୁଳା ଛକ ଠାରୁ ଖଣ୍ଡୁଆଳୀ ଉଚ୍ଚ ବିଦ୍ୟାଳୟ, ଭାୟା – ମାଲଦା, ଖାଁବାଗ, ପାଟୁଳି, ବାରଦା ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ରାସ୍ତାର ଅଟକଳ ପରିମାଣ ୩ କୋଟି ୬୦ ଲକ୍ଷ । ସେଠାରୁ ସେହି ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ହଳଦୀଗଡିଆ ପଂଚାୟତ ଅଫିସ ପାଖରେ ହଳଦୀଗଡିଆ ପ୍ରାଥମିକ କୃଷି ସମବାୟ ସମିତି ନୂତନ ମଣ୍ଡିର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ମଣ୍ଡିର ଅଟକଳ ପରିମାଣ ୫୦ ଲକ୍ଷ ଟଙ୍କା । ସେହିଠାରେ ହଳଦୀଗଡିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଅଟକଳ ପରିମାଣ ୪୫ ଲକ୍ଷ ଟଙ୍କା ।

ସେହିଠାରୁ ସେହିପରି ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଆସି ଶାଳକଣା ଛକ ଠାରେ କୋରେଇ ବରୁଣ୍ଡେଇ ପୂର୍ତବିଭାଗ ରାସ୍ତା ଠାରୁ ତରପଦା, ଭାୟା – ବନ୍ତଳା, ପଦୀ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ରାସ୍ତାର ଅଟକଳ ପରିମାଣ ୨ କୋଟି ୮୫ ଲକ୍ଷ ଟଙ୍କା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିନାକ ରଞ୍ଜନ ଦାସ, ପୁରୁଷୋତମ ଦାସ, ପ୍ରକାଶ ଧଳ, ଉଦୟ ପରିଡା, ବନ୍ଦାଳୋ ସରପଂଚ ବିଷ୍ଣୁ ଚରଣ ରଥ, ଜୟନ୍ତୀ ସାହୁ, ଦିପ୍ତିମୟୀ କୁଅଁର, ପାଟରଙ୍ଗା ସରପଂଚ ରଞ୍ଜନ କୁମାର ଦାସ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ବୈତରଣୀ ମଣ୍ଡଳ ସଭାପତି ଆଲୋକ ମଲ୍ଲିକ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମି ରଞ୍ଜନ ପରିଡା, ହଳଦୀଗଡିଆ ସମିତି ସଭ୍ୟ ଉଦୟ ନାୟକ, ଜହ୍ନା ସରପଂଚ ସଂଯୁକ୍ତା ସାହୁ, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା, ଧନେଶ୍ୱର ବାରିକ, ସାରସ ଦାସ, ମନୋଜ ଦାସ, ରାଜେନ୍ଦ୍ର ରାଉତ, ରଞ୍ଜନ ମହାନ୍ତି, ନିରଞ୍ଜନ ସାମଲ, ହରିହର ମୁଦୁଲି, ସୁରେନ୍ଦ୍ର ବେହେରା, ସତ୍ୟଜିତ୍ ପଟ୍ଟନାୟକ, ଦୁର୍ଯ୍ୟୋଧନ ସେଠୀ, ଗୌରାଙ୍ଗ ମଳିକ, କାଳନ୍ଦୀ ସେଠୀ, ବିଜୟ ସ୍ୱାଇଁ, ବାବଜୀ ଚରଣ ସାହୁ, ପ୍ରଭାକର ରାଉତ, କୁଳମଣି ମଳିକ, ଅଭିମନ୍ୟୁ ମୁଦୁଲି, ପ୍ରକାଶ ଜେନା, ରାଜେଶ ମହାପାତ୍ର, ଶରତ ସେଠୀ, ନରେନ୍ଦ୍ର ମଲ୍ଲିକ, ଲୋକନାଥ ରାଉତ, ବିଶ୍ୱଜିତ୍ ପଟ୍ଟନାୟକ, ଅଭି ଦାସ, ପ୍ରଶାନ୍ତ ରାଉତ, ରଞ୍ଜନ ପ୍ରତିହାରୀ, ଶରତ ପାଢୀ, ପଂଚାନନ ମାଝୀ, ନିରାକାର ସାହୁ, ବସନ୍ତ କର, ଅଜୟ ସାହୁ, ଜହର ଅଲ୍ଲୀ, ପ୍ରମୋଦ ସାହୁ, ରାଜେନ୍ଦ୍ର ଗାହାଣ, ସୀତାକାନ୍ତ କୁଅଁର, ହିମାଂଶୁ ପାଢୀ, ଶରତ ଜେନା, ପ୍ରତାପ ସାହୁ, ଅଶୋକ ବାରିକ, ସୁବ୍ରତ ସ୍ୱାଇଁ, ପ୍ରହଲ୍ଲାଦ ଜେନା, ଗୋପାଳ ସାହୁ, ମାନସ ମହାନ୍ତି, ସ୍ମୃତିରଞ୍ଜନ ପତ୍ରି, ଜନ୍ମେଜୟ ସାହୁ, ନୀଳମାଧବ ଚକ୍ର, କାର୍ତିକ ସାହୁ, ରମେଶ ଭୂୟାଁ, ପ୍ରଫୁଲ୍ଲ ଜେନା, ପ୍ରତାପ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *