ସାମ୍ୱାଦିକ ରାଜୀବ ଲୋଚନ ଆର ପାରିରେ

ରାୟଗଡା ତା:-0୬/୦୫/୨୫ ତାରିଖ ମୁଖ୍ୟାଳୟ ରେ କାର୍ଯ୍ୟରତ ସାହାଣ ମେଲା ଓଡ଼ିଆ ଖବର କାଗଜ ର ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ଖବର ସାଧାରଣରେ ଶୋକର ଛାୟା ଖେଳାଇ ଦେଇଛି I ରାଜୀବ ଲୋଚନ ପଣ୍ଡାଙ୍କ ମୃତ୍ୟୁ ବେଳେ ତାଙ୍କ ବୟସ ୪୮ବର୍ଷ ହେଇଥିଲା ସେ ପଦ୍ମପୁର ବ୍ଳକ ର ଖିଲୀଙ୍ଗୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ ୩୦ ତାରିଖ ରେ ନିଜ କାର ଯୋଗେ କୋଲନାରା ଯାଉଥିବା ବେଳେ ଚଳନ୍ତା ଗାଡି ରେ ଉଚ୍ଚ ରକ୍ତ ଚାପ ର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତା ରୁ ତଳ କୁ ଖସି ପଡ଼ିଥିଲା ଓ ସାମାନ୍ୟ ମୁଣ୍ଡ କୁ ଆଘାତ ଲାଗି ଥିଲା । ସମ୍ପର୍କୀୟ ଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇ ଥିଲା । ରାୟଗଡା ରେ ପ୍ରାଥମିକ ଉପଚାର ପରେ ଜଟିଳତା କୁ ହୃଦବୋଧ କରି ଅନ୍ୟ ଚିକିତ୍ସାଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡା ଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ହସ୍ପିଟାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କ ର ଚିକିତ୍ସାଧିନ ଅବସ୍ଥା ରେ କୌଣସି ଉନ୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରସାରିତ ହେବା କ୍ଷଣି ସାମ୍ବାଦିକଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି | ଶ୍ରୀ ପଣ୍ଡା ଙ୍କ ମର ଶରୀର ରାୟଗଡା ସ୍ଥିତ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ବାସ ଭବନରେ ସନ୍ଧ୍ୟା ୫ଘଣ୍ଟା ରେ ପହଂଚିବା ର ସୂଚନା ରହିଛି। ଶ୍ରୀ ପଣ୍ଡା ରାୟଗଡା ପ୍ରେସ ୟୁନିଅନ ର ଜଣେ କର୍ମଠ ସଦସ୍ୟ ଭାବେ ବିଭିନ୍ନ ପଦ ପଦବୀ ରେ ରହି ସୁନାମ ର ସହିତ କାର୍ଯ୍ୟ ତୁଲାଉ ଥିଲେ I ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠ ରେ କହିଛନ୍ତି । ଶ୍ରୀ ପଣ୍ଡା ଏକ ମେଳାପୀ ଓ ସମସ୍ତ ଙ୍କ ର ଅତି ପ୍ରିୟ ଭାଜନ ଥିଲେ । ତାଙ୍କ ଅମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ରୁ ରାୟଗଡା ପହଞ୍ଚିବା ବେଳେ ଶହ ଶହ ଆତ୍ମୀୟ , ସାଙ୍ଗ ସାଥି , ସାମ୍ବାଦିକ ଶେଷ ଦର୍ଶନ ପାଇଁ ଭିଡ଼ ଜମାଇ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶେଷ କୃତ ରାୟଗଡା ସହର ସ୍ଥିତ ଶ୍ମଶାନ ସ୍ୱର୍ଗଧାମରେ ସମ୍ପନ୍ନ କରାଯାଇଥିଲା।

ରାୟଗଡା ରୁ ନୀଳାମ୍ବର ମିଶ୍ରଙ୍କ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *