ରଥଯାତ୍ରା ୨୦୨୫ ପାଇଁ ଏସ୍ପି ପୁରୀଙ୍କ ସାହି ଅଞ୍ଚଳ ଦର୍ଶନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା।
ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ଏସ୍ପି ପୁରୀ ଶ୍ରୀ ବିନିତ ଅଗ୍ରୱାଲ, ଆଇପିଏସ ଆଜି ମସାଣିଚଣ୍ଡୀ ଛକ, ମାର୍କଣ୍ଡଶ୍ୱର ମନ୍ଦିର, ପାଣ୍ଡେ ଜାଗା ଦେଇ ଗଡ଼ନ୍ତିଚ୍ଛକରେ ପଂହଁଚିଥିଲେ।ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ନିବାସୀମାନେ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି। ମୁଖ୍ୟ ଅଭିଯୋଗଗୁଡ଼ିକ: ରାସ୍ତା ମଧ୍ୟରେ ପର୍ଯ୍ୟାପ୍ତ ଦିଗ୍ଦର୍ଶନ ସାଇନବୋର୍ଡ ନଥିବା।ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା।ଏସ୍ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗମ୍ଭୀରତା ସହିତ ଗ୍ରହଣ କରି ସମୟମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି।ଏହି ଗ୍ରସ୍ତ ସମୟରେ ଏସ୍ପି ପୁରୀ ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍ ଭିତିକ ଆଗମନ କେମିତି ବଡଦଣ୍ଡ କୁ ପ୍ରବେଶ କରାଯିବ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଅଧିକାରୀମାନେ ହେଲେଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକଟାଉନ୍ ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସଟ୍ରାଫିକ୍ ଆଇଆଇସି ଶ୍ରୀ ଜୟଦୀପ ମହାନ୍ତିବସେଲିସାହି ଆଇଆଇସି ଶ୍ରୀ ବିକ୍ରମ କିଶୋର ଜେନାମନ୍ଦିର ଏସି ଶ୍ରୀ ଘନଶ୍ୟାମ ହେମ୍ବ୍ରମ ମନ୍ଦିର ଏସି ଶ୍ରୀ ବିଜୟ ନନ୍ଦଏସ୍ପି ପୁରୀ ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭୀର ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମିତ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।
