ପରଲୋକରେ ‘ ସମାଜ’ ର ପୂର୍ବତନ ଏଜେଣ୍ଟ ।
ଜଟଣୀ,୦୭/୦୫-ଜଟଣୀ ‘ସମାଜ’ ଖବରକାଗଜର ପୂର୍ବତନ ଏଜେଣ୍ଟ ଫକିରୁଦ୍ଦିନ ଖାଁ ଙ୍କ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ପରଲୋକ ହୋଇଯାଇଛି ।ସେ ଦୀର୍ଘଦିନ ‘ସମାଜ’ ର ଏଜେଣ୍ଟ ଭାବେ କାର୍ଯ୍ୟ କରିଥିଲେ ।ତାଙ୍କର ପୈତୃକ ଘର ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ଗ୍ରାମରେ ।ତାଙ୍କର ମୃତ୍ୟୁରେ ପରିବାର ବର୍ଗ,ଗ୍ରାମବାସୀ,ଖବରକାଗଜ ବିତରକ ଓ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଫକିରୁଦ୍ଦିନ ଖାଁ ଙ୍କୁ ମୁସଲିମ ରୀତିନୀତି ଅନୁସାରେ ଗ୍ରାମର କବରସ୍ଥାନ ରେ କବର ଦିଆଯାଇଥିଲା ।ତାଙ୍କର ଜନାଯା ରେ ହଜାରରୁ ଉର୍ଦ୍ଧ୍ବ ଲୋକ ଅଂଶଗ୍ରହଣ କରିଥିଲେ ।ଜଟଣୀ ରୁ ସାହାବୁଦ୍ଦିନ ଖାଁ ।
