କନ୍ଧମାଳ ଜିଲ୍ଲା ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶନ ବୈଠକ।

ଫୁଲବାଣୀ:-୦୭/୦୫ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ, କନ୍ଧମାଳର ଷଷ୍ଠ ଅଧିବେଶନ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ଓ ମାନ୍ୟବର ବିଧାୟକ, ବାଲିଗୁଡା ଶ୍ରୀ ଚକ୍ରମଣି କହଁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ପାନୀୟଜଳ, ଭିନ୍ନକ୍ଷମ ଭତ୍ତା, ଆୟୁଷ୍ମାନ ଯୋଜନା ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଥିଲେ ଏବଂ ଅଧାରେ ଥିବା ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ଵରାନ୍ନିତ କରି ଯଥାଶୀଘ୍ର ସମାପ୍ତ କରିବାକୁ କହିଥିଲେ । ସେହିପରି ଭାବରେ ଉପସ୍ଥିତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାମାନ ଅଧିକାରୀମାନଙ୍କୁ ଅବଗତ କରାଇବା ସହିତ ଏହାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ପ୍ରାରମ୍ଭିକ ଭାଷଣରେ ଜିଲ୍ଲାରେ ଚାଲିଥିବା ଏବଂ ଆଗକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ଅଧିବେଶନକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଦୂର୍ଗା ମାଧବ ଆଚାର୍ଯ୍ୟ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ,କନ୍ଧମାଳ ଶ୍ରୀମତୀ ସାଧବାଣୀ ନାଏକ, ଏ.ପି.ଡି. ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *