ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଜଟଣୀ ତା ୭-୫-୨୫ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ହରିପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପୂର୍ବତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଡେଲାଙ୍ଗ-ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଡେଲାଙ୍ଗ ବିଇଓ ଶତୃଘ୍ନ ବେହେରା, ଯୁଧିଷ୍ଠିର ପରିଡ଼ା, ପିପିଲିର ପୂର୍ବତନ ବିଇଓ ପ୍ରମୋଦ କୁମାର ପରିଡ଼ା, ବୋଲଗଡ଼ର ପୂର୍ବତନ ବିଇଓ ବିଭୂତି ଭୂଷଣ ମହାପାତ୍ର, ଅସ୍ତରଙ୍ଗର ପୂର୍ବତନ ବିଇଓ ଚିତ୍ତରଞ୍ଜନ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ମଳୟ କୁମାର ମହାନ୍ତି, ଏବିଇଓ ସୁଷମା ଦାଶ, ଶ୍ୟାମସୁନ୍ଦର ଦାସ ,ପ୍ରାକ୍ତନ ବିଦ୍ୟାଳୟ ଅନୁନିରୀକ୍ଷକ ହରିହର ସାହୁ, ଶିକ୍ଷାବିତ୍ ଦୁର୍ଯୋଧନ ସାହୁ, ନିରଞ୍ଜନ ସାହୁ,ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ଜେନା,ଗୁଣନିଧି ବଳିୟାର ସିଂହ, ଚନ୍ଦ୍ର ଶେଖର ରାୟ,ବିଜୟା ଭାରତୀ ମିଶ୍ର, ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର, ଅଭୟ ଚରଣ ସାହୁ,ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ଭବିଷ୍ୟତରେ ସମାଜରେ ଅଧିକରୁ ଅଧିକ ଭଲ ମଣିଷ ସୃଷ୍ଟି ହୋଇପାରିଲେ କଳ୍ପନା ସାହୁଙ୍କ ଶୃଙ୍ଖଳିତ ବ୍ୟବହାର ପ୍ରତି ତାହା ହିଁ ହେବ ଶ୍ରେଷ୍ଠ ସମ୍ମାନ ବୋଲି ମତ ବ୍ୟକ୍ତ କରିଥିଲେ। ବିଭିନ୍ନ ବିଦ୍ୟାଳୟ , ଛାତ୍ର ଛାତ୍ରୀଙ୍କ ତରଫରୁ ତାଙ୍କୁ ମାନପତ୍ର, ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତେ ତାଙ୍କର ନିରାମୟ ଜୀବନ କାମନା କରିଥିଲେ।ସଭାରେ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶ୍ରୀମତୀ ସାହୁଙ୍କୁ ପୂର୍ଣ୍ଣାଙ୍ଗ ପେନ୍ ସନ୍ ପତ୍ରକ ପ୍ରଦାନ କରାଯାଇଥିଲା।ଶିକ୍ଷକ ମଙ୍ଗୁଳି ପରିଡ଼ା ଓ ଲାବଣ୍ୟେନ୍ଦୁ ଦଳାଇ ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ବେବୀ ପଟ୍ଟନାୟକ, ପ୍ରାକ୍ତନ ଶିକ୍ଷୟିତ୍ରୀ ଅଞ୍ଜନା ଖୁଣ୍ଟିଆ କମିଟି ଅଧ୍ୟକ୍ଷ ତ୍ରିଲୋଚନ ଜୟ ସିଂ, ପ୍ରଜ୍ଞା ବେହେରା , କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଉତ୍ସବ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସୁଭଦ୍ରା ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
