ଦାଦନ ଖଟିବାକୁ ଯାଇ ପୁଅ କୁ ମରଡ କରାଯାଇଛି ବୋଲି ଅଭିଯୋଗ।

Date:- 07/05/2025Place:- bhadrak- ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଖଣ୍ଡତଡା ପଞ୍ଚାୟତ ର ଆହାର ପଦା ଗ୍ରାମର ନିରଞ୍ଜନ ସ୍ବାଇଁ ଙ୍କ ପୁତ୍ର ନୁତେଶ ସ୍ୱାଇଁ ୫ ବର୍ଷ ହେବ ବିଜୟୱଡା ର ଗୋଟିଏ ହୋଟେଲ୍ ରେ କାମ କରି ପେଟ ପୋଷୁଥିଲା ,ଗତ ୫ ତାରିଖ ରାତ୍ରିରେ ତାଙ୍କ ବାପା ନିରଞ୍ଜନ ସ୍ବାଇଁ ସହିତ ପୁଅ କଥା ହୋଇ ଥିଲା। ପୁଅ ର ଜନ୍ମ ଦିନ ଥିବା ରୁ ବାପା ଏବଂ ମାଆ କୁ ଭିଡିଓ କଲ୍ ରେ ଜନ୍ମ ଦିନ କିପରି ପାଳିତ ସେହି ବିଷୟରେ କଥା ହେଉ ଥିଲା। ୬ ତାରିଖ ସକାଳ ୭,୩୦ ମିନିଟ ରେ ଗୋଟିଏ ନମ୍ବର ରେ କଲ ଆସିଥିଲା ତୁମ ପୁଅ ଛାତ ରୁ ପଡ଼ି ମୃତ୍ୟୁବରଣ କରିଛି। ପୋଷ୍ଟ ମଡମ ପାଇଁ ବିଜୟ ୱାର୍ଡା ମେଡିକାଲ ନେଇ ଯାଉଛୁ । ଯାହା ପୁଅ ର ବାପା ମାଆ ଏବଂ ଗ୍ରାମ ର ସରପଞ୍ଚ ଖଣ୍ଡତଡା ପଞ୍ଚାୟତ ର ବିଷ୍ଣୁ ନାୟକ ଆଲୋକପାତ କରିଥିଲେ। ଆଜି ଦିନ ଗୋଟିଏ ବେଳେ ଆମ୍ବୁଲାନ୍ସ ରେ ଆସି ପହଞ୍ଚିଥିଲେ, ଆହାର ପଦା ଠାରେ, ଶୋକାକୁଳ ପରିବେଶ, ପିଲା କିପରି ମଲା, ପୋଷ୍ଟ ମଡମ ଘର୍ ଲୋକ ଅନୁପସ୍ଥିତିରେ କିପରି କରାଗଲା, ବୁଦ୍ଧି ଯିବି ମହଲ ରେ ଆଲୋଚନା କରାଯାଉଛି।

Leave a Reply

Your email address will not be published. Required fields are marked *