ବୃଦ୍ଧ ଓ ଶାରୀରିକ ଅସକ୍ଷମ ବ୍ୟକ୍ତିଙ୍କ ବସିକି ଚାପ ଦେଖିବା ପାଇଁ ପୁରୀ ପୋଲିସର ଵେବସ୍ଥା

ବୃଦ୍ଧ ଓ ଶାରୀରିକ ଅସକ୍ଷମ ବ୍ୟକ୍ତିଙ୍କ ବସିକି ଚାପ ଦେଖିବା ପାଇଁ ପୁରୀ ପୋଲିସର ଵେବସ୍ଥା
ଆସନ୍ତାକାଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ସିନିଅର ସିଟିଜେନ ବୈଠକରେ ବୃଦ୍ଧ ଓ ଶାରୀରିକ ଅସକ୍ଷମ ବ୍ୟକ୍ତିଙ୍କ ବସିକି ଚାପ ଦେଖିବା ପାଇଁ ସହ ପିଇବା ପାଣି ଵେବସ୍ତା କରାଯିବ ବୋଲି ଜଣାଇଥିଲେ ତାହା ଆଜି ନବମ ଦିନ ଚାପରେ ପୁରୀ ପୋଲିସ ତରଫରୁ ଵେବସ୍ତା କରାଯଇଛି। ସତ୍ୟରଞ୍ଜନ ଗିରି ବାଲେଶ୍ୱରର ଭକ୍ତ ଏହି ଵେବସ୍ଥାକୁ ନେଇ ପୁରୀ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ସେହିପରି କଟକର ସାଲେପୁରରୁ ଆସିଥିବା ଭକ୍ତ ଭାଗିରଥି ପଣ୍ଡା ନିଜର ଭାବ ପ୍ରକାଶ କରି କହିଥିଲେ “ଆମେ ଚାକିରୀରୁ ଅବସର ନେଇସାରିଛୁ ଆମେ ଚନ୍ଦନ ଯାତ୍ରା ଦେଖିବାକୁ ଆସିଥିଲୁ ଦେଖିଲୁ ଏଠି ପୁରୀ ପୋଲିସ ତରଫରୁ ଯେଉଁ ବସିବା ପାଇଁ ଵେବସ୍ତା କରିଛନ୍ତି ତାହା ସ୍ୱାଗତଯୋଗ୍ୟ ଏହି ପରି ଵେବସ୍ତା ଓଡ଼ିଶାରେ ସମସ୍ତ ସ୍ଥାନ ମାନଙ୍କରେ କରାଯାଉ ବୋଲି ଜଣାଇଥିଲେ ଏହାସହ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ ସାଧୁବାଦ ଜଣାଇଥିଲେ। ଏହା ସହ ଅନେକ ବୃଦ୍ଧ ଓ ଶାରୀରିକ ଅସକ୍ଷମ ବ୍ୟକ୍ତି ଦେଖି ଖୁସି ବ୍ୟକ୍ତ କରିଛନ୍ତି।

ଏହା ସହ ପ୍ରଥମ ଥର ପୁରୀ ପୋଲିସ ତରଫରୁ ଏକ ଫିଡ଼ବ୍ୟାକ ସେଣ୍ଟର ଚନ୍ଦନ ଯାତ୍ରା ଆରମ୍ଭରୁ କରାଯଇଛି, ଆଜି ନବମ ଦିନ ସୁଧା ୨୪୨ ଜଣ ନିଜର ମତ ଏହି ଫିଡ଼ବ୍ୟାକ ସେଣ୍ଟରରେ ଦେଇଥିଲେ। ସେଥିମଧ୍ୟରୁ ୩୫ ଜଣ ଆଂଶିକ ପରିବର୍ତନ ପାଇଁ ଜଣାଇଥିଲେ ତାହା ମଧ୍ୟ ପୁରୀ ପୋଲିସ ସଫଳତାର ସହ ଆପଣାଇଛି।

Leave a Reply

Your email address will not be published. Required fields are marked *