ସାଇନ ବୋର୍ଡରେ ଶାଖା ଡାକଘର। କର୍ମଚାରୀଙ୍କ ଦେଖା ମିଳୁନି ।
ଗଣିଆ – ଗଣିଆ ବ୍ଳକ ବଡସିଲିଙ୍ଗା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭାରତୀୟ ବିକାଶ ପରିଷଦ ଡ଼ାକରାରେ ପ୍ରାୟ ୨ଶହରୁ ଅଧିକ ମହିଳା ଏବଂ ପୁରୁଷ ଗଣିଆ ବ୍ଳକ ସମ୍ମୁଖରେ ଦିନରାତି ଅନଶନ କରିଥିଲେ । ୩ ଦିନ ଧରି ଅନଶନ କରିବା ପରେ ଗତ ଗୁୁରୁବାର ଦିନ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଅନଶନ ସ୍ଥଳରେ ପହଞ୍ଚି ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଅନଶନ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଥିଲା । ତେବେ ଅନଶନ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ନିଜ ନିଜର ବିଭାଗରେ ଥିବା ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଏପରିକି ପଞ୍ଚାୟତର ମୁଷୁଗୁଡା ଠାରେ ଏକ ପୋଷ୍ଟ ଅଫିସ ଖୋଲିବା ପାଇଁ ପ୍ରତିଶୃତି ଦେଇ ବୁଧବାର ଦିନ ଉକ୍ତ ଗ୍ରାମରେ ସାଇନ ବୋର୍ଡ ମାରି ଦିଆଗଲା । ସାଇନ ବୋର୍ଡରେ ମୁଶୁଗୁଡା ଶାଖା ଡାକଘର ଖୋଲିବା ସମୟ ଦିବା ୧୧ ଘଟିକା ଠାରୁ ୩ ଘଟିକା ପର୍ଯ୍ୟନ୍ତ ବୋଲି ଲେଖା ମଧ୍ଯ ହୋଇଛି । କିନ୍ତୁ ଆଜକୁ ୪ ଦିନ ବିତି ଯାଇଥିଲେ ମଧ୍ୟ କର୍ମଚାରୀଙ୍କ ଦେଖା ମିଳୁନି । କେବଳ ସାଇନ ବୋର୍ଡ ଝୁଲୁଛି ବୋଲି ଅଭିଯୋଗ କରିଛନ୍ତିି ଭାରତୀୟ ବିକାଶ ପରିଷଦର ଉପ ସଭାପତି ନିରଞ୍ଜନ ଦାସ । ତେବେ ସାଇନ ବୋର୍ଡ ମାରି ଦେଇ କର୍ମଚାରୀ ନଆସିବା ଆଦିବାସୀ ମାନଙ୍କୁ ଉପହାସ କଲା ଭଳି ମନେ ହେଉଛି । ତୁରନ୍ତ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
