ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ରରେ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ

ରାୟଗଡା-୧୦/୫-ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଗ୍ନୋ ପାଠ୍ୟକେନ୍ଦ୍ର ତରଫରୁ ଶନିବାର ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ (induction )ସୁବର୍ଣ୍ଣ ଜୁବୁଲି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କଲେଜ ଅଧ୍ୟକ୍ଷା ଡ. ସରସ୍ବତୀ ରାୟ ପ୍ରଥମେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରିଥିଲେ। ତାପରେ ଇଗ୍ନୋଉ ପାଠ୍ୟକ୍ରମ ପରୀକ୍ଷା ପଦ୍ଧତି ଓ ଅନ୍ୟାନ୍ୟ ନୀତି ନିୟମ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ। କଲେଜର ପରୀକ୍ଷା ନିୟନ୍ତ୍ରକ ୱାଇ. ଭି. ସାଇମାଧବ ଇଗ୍ନୋଉ ପାଠ୍ୟକ୍ରମର ଉପଯୋଗୀତା ସମ୍ପର୍କରେ ବୁଝେଇ ଥିଲେ। ଏଥିରେ ସହଯୋଗୀତା କରିଥିଲେ ପି. ଅରୁଣ କୁମାର, ଭୀମ ପଣ୍ଡା, ଭି. ଶ୍ରୀକାନ୍ତ ଇତ୍ୟାଦି। କାର୍ଯ୍ୟକ୍ରମରେ ଆଠ ଶହରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଯୋଗ ଦେଇଥିଲେ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *