ଉଦଳା କଚେରୀ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଉଦଳା କଚେରୀ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଉଦଳା ୧୦/୦୫ ( ) – ଶନିବାର ଦିନ ଉଦଳା କଚେରୀ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ମାନ୍ୟବର ବରିଷ୍ଠ ଦେୱାନୀ ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ଅଦାଲତରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ କୁମାର ବେହେରା ଓ ମାନ୍ୟବର କନିଷ୍ଠ ଦେୱାନୀ ବିଚାରପତି ଅନୁରାଗ ଦେହୁରୀ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ମଟରଗାଡି ଦୁର୍ଘଟଣା ଜନିତ ୧ ଗୋଟି ମକଦ୍ଦମା ର ଫଇସଲା ହୋଇ ୨ ଲକ୍ଷ ୭୫ ହଜାର ଟଙ୍କା ଅନ୍ୟାନ୍ୟ ୧୦ ଗୋଟି ଦେୱାନୀ ମକଦ୍ଦମାରୁ ୨ ଟି ମକଦ୍ଦମା ଫଇସଲା ହୋଇଅଛି । ବରିଷ୍ଠ ଦେୱାନୀ ବିଚାରପତିଙ୍କ ଅଦାଲତରେ ୭ ଟି ବ୍ୟାଙ୍କ ମକଦ୍ଦମା ମଧ୍ୟରୁ ୪ ଟି ମକଦ୍ଦମା ଫଇସଲା ହୋଇଅଛି । ତତସହିତ ବିବାହ ଜନିତ ୪ ଟି ମକଦ୍ଦମା ମଧ୍ୟରୁ ୨ ଟି ମକଦ୍ଦମାର ଆପୋଷ ସମାଧାନ ଓ ଅନ୍ୟାନ୍ୟ ୧୪ ଟି ଦେୱାନୀ ମକଦ୍ଦମା ମଧ୍ୟରୁ ୧୨ ଟି ମକଦ୍ଦମାର ଆପୋଷ ସମାଧାନ ହୋଇଅଛି । ଉଦଳା କନିଷ୍ଠ ଦେୱାନୀ ବିଚାରପତିଙ୍କ ଅଦାଲତରେ ୩ ଗୋଟି ଚେକ ବାଉନ୍ସ ମକଦ୍ଦମାରୁ ୨ ଟି ମକଦ୍ଦମାର ଫଇସଲା ହୋଇ ୯ଲକ୍ଷ ୪୫ ହଜାର ଟଙ୍କା ଆଦାୟ ଓ ଅନ୍ୟାନ୍ୟ ୧୦ ଟି ଦେୱାନୀ ମକଦ୍ଦମା ମଧ୍ୟରୁ ୩ ଟି ଫଇସଲା ଓ ଅନ୍ୟାନ୍ୟ ୧୧୦ ଟି ଫୌଜଦାରୀ ମକଦ୍ଦମାରୁ ୫୮ ଟିର ଫଇସଲା ହୋଇ ୯୬୦ ଟଙ୍କା ଜୋରିମାନା ଆଦାୟ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଦୁଇ ଓକିଲ ସଂଘର କର୍ମକର୍ତ୍ତା, ଓ ବିଚାର ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *