ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ପୂର୍ଣ୍ଣାହୁତି

ରଘୁରାଜପୁର-୧୦/୫-ଜଗତସିଂପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଞ୍ଚାୟତ ମଜୁରାଇ ଗ୍ରାମସ୍ଥିତ ମା ଜାଗୁଳାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା ଜାଗୁଳାଇ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ,ଅଙ୍କୁର ରୋପଣ କଳସୀ ଯାତ୍ରା ,ପାର୍ଶ୍ୱ ଦେବୀଙ୍କ ସ୍ନାନ,ସୂର୍ଯ୍ୟପୂଜା,ଗୋପୂଜା ,ମଣ୍ଡଳ ପୂଜା, ମନ୍ଦିର ପ୍ରତିଷ୍ଠା,ମା’ଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି ଗତ ବୁଧବାର ରେ ଆରମ୍ଭ କରାଯାଇ ତିନି ଦିନ ବ୍ୟାପି ଯଜ୍ଞ ରୀତିନୀତି ପ୍ରଥମେ ସୂର୍ଯ୍ୟ ପୂଜା,ଗୋ ପୂଜା,ମଣ୍ଡଳ ପୂଜା, ରୁଦ୍ରାଭିଷେକ,ଶ୍ରୀମଦ ଭାଗବତ ଗୀତାରେ ଆହୂତି ପ୍ରଦାନ ପରେ ପୂର୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା। ।

ଏହି ଧାର୍ମିକ କାର୍ଯ୍ୟକୁ ମଜୁରାଇ ର ସମସ୍ତ ଗ୍ରାମବାସୀଙ୍କ ପୂର୍ଣ ସହାୟତା ଓ ସହଯୋଗରେ ସୁଚାରୁପେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ପୂର୍ଣାହୁତି ଦର୍ଶନ କରି ବିଭୁ ଆଶ୍ରିବାଦ ଲାଭ କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଶୃଙ୍ଖଳାର ସହ ହରିହାଟ ପ୍ରସାଦ ସେବନ କରିଥିଲେ।ଏହାସହିତ ପଣ୍ଡିତ ମୁଖ୍ୟ ବ୍ରାହ୍ମଣଙ୍କ ମନ୍ତ୍ର ଧୁନିରେ ପ୍ରକମ୍ପିତ ହୋଇଥିଲା ମଜୁରାଇ ଗ୍ରାମ ମା ବୁଢୀ ଜାଗୁଳାଇ ମନ୍ଦିର ପରିସର। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହେବାସହ କର୍ମକର୍ତ୍ତାମାନେ ୩ଦିନ ନିଜର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *