ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁ ପାଖ ରାମିଆଳ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଆମ୍ବ ଗଛରୁ ଡାଳ ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଶବର ସାହିର ମୁନା ଦେହୁରୀ। ମୁନା ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ଆମ୍ବ ଗଛରୁ ଏକ ବଡ଼ ଡାଳ ତାଙ୍କ ଉପରେ ଖସି ପଡିଥିଲା। ତେବେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
