ରକ୍ତଦାନ ଶିବିର ସାଳନ୍ଦୀ ବାଇପାସ୍ ର ସରୋଜ ଶ୍ରୀ କନଭେନସନ୍ ଠାରେ ଅନୁଷ୍ଠିତ

ଆଜି ଭଦ୍ରକ ବାଇପାସ୍ ସେବା ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଂଶ ଗ୍ରହଣ କରି ଥିଲେ। ଜିଲ୍ଲାପାଳ , ସିଡିଏମଓ ଙ୍କୁ ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା ଭଦ୍ରକ ସିଡିଏମଓ ରମେଶ ଚନ୍ଦ୍ର ବଳ ବିଶ୍ବ ହିନ୍ଦୁ ପରିଷଦର ସଂପାଦକ ବସନ୍ତ କୁମାର ରାଉତ। ସଂଘ ର ସଭାପତି ଶ୍ରୀ ଯୁକ୍ତ ଶଶିକାନ୍ତ ମହାନ୍ତି, ମନମୋହନ ନାୟକ, ସଞ୍ଜବ ମିଶ୍ର ସୂର୍ଯ୍ୟ ନାରାୟଣ ମହାପାତ୍ର, ନବଘନ ପ୍ରସାଦ ଦାସ, ସଙ୍ଘ ର ବହୁ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ, ଡାକ୍ତରୀ ଟିମ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ, ବାଇପାସ୍ ସେବା ସଂଘ ଆନୁକୂଲ୍ୟରେ ୫୦ ରକ୍ତଦାତା ରକ୍ତ ଦାନ କରିଥିଲେ। ଶେଷ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *