ନିଖିଳ ଉତ୍କଳ ବାରିକ ସମାଜ ର ସୋରଡ଼ା ତାଳୁକା ତରଫରୁ ମହାସମ୍ମିଳନି
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ର ନିଖିଳ ଉତ୍କଳ ବାରିକ ସମାଜ ସୋରଡ଼ା ତରଫରୁ ବନ୍ଧୁ ମହା ସମ୍ମିଳନୀ ସୋରଡ଼ା ବୃଦ୍ଧ ଲିଙ୍ଗେଶ୍ୱର୍ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା l ଏହି ବନ୍ଧୁମିଳନ ରେ ମୂଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ଙ୍କ ଭାଇ ତଥା ଏମ ପି ପ୍ରତିନିଧି ଶ୍ରୀ ଯୁକ୍ତ ବସନ୍ତ କୁମାର ବିଷୋୟୀ ମଞ୍ଚାସିନ ଅତିଥି ଘୁମୁସର ତାଳୁକା ସଭାପତି ,ଉପସଭାପତି ସମ୍ପାଦକ କୋଷାଧ୍ୟକ୍ଷ ସୋରଡ଼ା ତାଲୁକା ସଭାପତି ,ଯୋଗ ଦେଇ ଶ୍ରୀ ବିଷୋୟୀ ଙ୍କ ଦ୍ଵାରା ଦୀପ ପ୍ରଜ୍ୟୋଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ଷୋହଳ ଖଣ୍ଡ ଗ୍ରାମର ପରିବାର ପ୍ରାୟ ଏକ ହଜାର ଲୋକ ଯୋଗ ଦେଇଥିଲେ l ବାରିକ ସମାଜ ର ଉନ୍ନତି କରଣ ଉପରେ ଆଲୋଚନା ହୋଇ l ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରି l ସଭା କାର୍ଯ୍ୟ ସମାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ପଛରେ ସଭାପତି ,ସମ୍ପାଦକ କୋଷାଧ୍ୟକ୍ଷ ସମେତ ସମସ୍ତ କର୍ମ କର୍ତ୍ତା ଓ ସଭ୍ୟ ଙ୍କ ସହଯୋଗ ରହିଥିଲା l
ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
