ମହାବୀର ରାମନାଟ୍ୟ ଶିଶୁ କଳାପରିଷଦ ପକ୍ଷରୁ ରାମଲୀଳା ପରିବେଷଣ

ମହାବୀର ରାମନାଟ୍ୟ ଶିଶୁ କଳାପରିଷଦ ପକ୍ଷରୁ ରାମଲୀଳା ପରିବେଷଣ ଡେଲାଙ୍ଗ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ ) ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମିନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ମହାବୀର ରାମନାଟ୍ୟ ଶିଶୁ କଳା ପରିଷଦ ପକ୍ଷରୁ ସୀତା ନବମୀ ଠାରୁ ସପ୍ତାହ ବ୍ୟାପି ଯଜ୍ଞ ଓ ରାମନାଟକ ଅନୁଷ୍ଠିତ ହୋଇଯାଇଛି ! ପ୍ରତ୍ୟେହ ସନ୍ଧ୍ୟାରେ ପରିଷଦ ର ଶିଶୁ ଓ କିଶୋର କଳାକାର ମାନଙ୍କୁ ନେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଉପରେ ଆଧାରିତ ରାମ ନାଟକ ସୀତା ବିବାହ,ଶ୍ରୀରାମ ବନବାସ,ସୀତାଚୋରୀ,ମହାପ୍ରତାପୀ ବାଳିବଦ୍ଧ, ହନୁମାନର ଜୟଯାତ୍ରା ଓ ସ୍ବର୍ଣ୍ଣମୟୀ ଲଙ୍କାପୋଡି ଆଦି ନାଟକ ଅତି ନିଖୁଣ କଳା ଅଭିନୟ ମାଧ୍ୟମରେ ଚିତାକର୍ଷକ ଓ ମନୋରଞ୍ଜନ ପ୍ରଦର୍ଶନ ପୂର୍ବକ ହଜାର ହଜାର ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳାର ସହ ବାନ୍ଧି ରଖିବାରେ ପ୍ରାୟସ ଦେଖିବାକୁ ମିଳିଥିଲା ! ରବିବାର ପୂର୍ଣ୍ଣାହୁତି ସହ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା !ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା / ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *