ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିୟ ନର୍ସଏସ ଡେ ପାଳିତ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନର୍ସଏସ ଡେ ପାଳନ ହୋଇ ଯାଇଛି । ଏହି ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର୍ ନର୍ସିଂ ଅଫିସର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ଜଳଛାତ୍ର ବଣ୍ଟନ କରାଯାଇଛି । ପ୍ରତିଦିନ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶତାଧିକ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ ଆସୁଥିବା ବେଳେ ନର୍ସିଂ କର୍ମଚାରୀ ଙ୍କ ଏହି ଉଦ୍ୟମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ଆଜି ପ୍ରାୟ 500 ଲୋକଙ୍କୁ ଦହି ସର୍ବତ ବଣ୍ଟନ କରାଯାଇ ଥିବା ବେଳେ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ନର୍ସିଂ ଅଫିସର ଓ କର୍ମଚାରୀ ଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *