ଇଗଲ କ୍ରିକେଟ କପ୍ ୨୦୨୫
ଇଗଲ କ୍ରିକେଟ କପ୍ ୨୦୨୫
ସିଡିଏ ଲାୟନ୍ସ ଚମ୍ପିୟାନ
ଖୋର୍ଦ୍ଧା:୧୨/୦୫/୨୫:ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଇଗଲ କ୍ରିକେଟ କ୍ଲବ ତରଫରୁ ଆୟୋଜିତ ୨୦ତମ ଇଗଲ କ୍ରିକେଟ କପ୍ ୨୦୨୫ ରବିବାର ରାତିରେ ଅନୁଷ୍ଟିତ ହୋଇଯାଇଛି।ଏହି ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ପର୍ଯ୍ୟାୟରେ ସିଡିଏ ଲାୟଂସ ମ୍ୟାଜିକ ଏଲେଭେନ କୁ ହରାଇ ଚମ୍ପିୟାନ ହୋଇଛି।ପ୍ରଥମେ ବ୍ୟାଟିଂ କରି ମ୍ୟାଜିକ ଇଲେଭେନ ୧୪୧ ରନ କରିଥିଲେ।ପ୍ରତ୍ୟୁତରରେ ସିଡିଏ ଲୟନ୍ସ ଉତ୍ତମ ମହାନ୍ତି ଙ୍କ ଧୂଆଁଧାର ୧୪ ବଲ ରୁ ୫୯ ରନ ସହାୟତାରେ ଆବଶ୍ୟକ ୧୪୨ ରନ କରିନେଇ ଇଗଲ କ୍ରିକେଟ କପ୍ ୨୦୨୫ ର ବିଜେତା ହୋଇଥିବା ବେଳେ ମ୍ୟାଜିକ ଏଲେଭେନ୍ ଉପବିଯେତା ହୋଇଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ବିଗତ ୫ ବର୍ଷ ଧରି ମ୍ୟାଜିକ ଦଳ ଫାଇନାଲ କୁ ଯାଉଥିବାବେଳେ ଉପବିଜେତା ଭାବେ ସନ୍ତୁଷ୍ଠ ହେବାକୁ ପଡ଼ିଛି।

ଏହି ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦ୍ଘାଟନ କରିଥିଲେ ଇଗଲ କ୍ଳବ୍ ର ସର୍ବକାଳୀନ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ଇଗଲ କ୍ଳବ୍ ର ସମ୍ପାଦକ ତଥା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସଭାପତି ଶ୍ରୀଯୁକ୍ତ ଅଭିଷେକ ସିଂ ସାମନ୍ତ।ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶ୍ରୀମତୀ ପ୍ରବିଣା ଜଗଦେବ ରାୟ,ମୋନାଲିସା ସିଂ,ଅମିୟ କୁମାର ମହାନ୍ତି,ନାଗଭୂଷଣ ଜେନା,ଅନିଲ ରାମ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା,ସମାଜସେବୀ ଅଜୟ କୁମାର ସାହୁ,କ୍ରିକେଟ ପୃଷ୍ଠପୋଷକ ବିରଞ୍ଚି ନାରାୟଣ ଜେନା,ଜ୍ୟୋତିରଂଜନ ସିଂ,ବ୍ରହ୍ମାନନ୍ଦ ଜେନା,ସତ୍ୟପ୍ରକାଶ ସାହୁ,ଦିଗନ୍ତ ପଟ୍ଟନାୟକ,ନୂତନ କ୍ରାନ୍ତି ପାଲ୍,ସ୍ବାଗତ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ , ଅମିତ୍ ଅମିତାଭ ମହାପାତ୍ର,ଶିବାଶିଷ ପଟ୍ଟନାୟକ,ଶିବପ୍ରସାଦ ଦେବ, ପ୍ରମୁଖ ଉପସ୍ଥିତ ଥିଲେ।ବିଜେତା ଓ ଉପବିଜେତା ଦଳ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ଇଗଲ କ୍ରିକେଟ କ୍ଲବ୍ ର ଶତାଧିକ ସଭ୍ୟ ରାତିସାରା ଉଜାଗର ରହି ଏହି ଟୁର୍ଣ୍ଣାମେଣ୍ଟ କୁ ସଫଳ କରିଥିବାରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଯାପନୀ ଉତ୍ସବରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।ସମ୍ପାଦକ ଅଭିଷେକ ସିଂ ସାମନ୍ତ ସବୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଖେଳକୁ ସାନୁଜ ବିଶ୍ଵାଳ,ସଂଗ୍ରାମ ସାମନ୍ତରାୟ,ସ୍ବାଗତ ଶୁଭମ୍ ଦାସ, ଅମିତ୍ ଦାସ, ବିଶ୍ୱଜିତ୍ ଦାସ,ସୁଶାନ୍ତ ପରିଡ଼ା,ଶୁଭକାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ। ୟୁ ଟ୍ୟୁବ୍ ଚ୍ୟାନେଲ ରାଇଡରରାୟ ୭ ରେ ଏହି ମ୍ୟାଚ୍ ର ସିଧା ପ୍ରସାରଣ କରାଯାଇଥିଲା।
