ସ୍ଵାସ୍ତ୍ୟ ସେବା କ୍ଷେତ୍ରରେ ସେବିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଗୋପ ୧୩/୦୫/୨୫/ ଚଳିତ ମାସ ୧୨ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ସ୍ଵାସ୍ତ୍ୟ କ୍ଷେତ୍ରରେମାନଙ୍କରେ ସେବିକା ଦିବସ ଭାବେ ପାଳିତ ହେଉଛି l ସ୍ଵାସ୍ତ୍ୟ ସେବା କ୍ଷେତ୍ରରେ ସେବିକା ବା ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ ବୋଲି ମୁଖ୍ୟ ବକ୍ତା କହିଥିଲେ । ଠିକ ସେମିତି ଡାକ୍ତରମାନଙ୍କୁ ସାଧାରଣତଃ ଆମେ ଭଗବାନ ବୋଲି କହୁଥିବା ବେଳେ ସେବିକା ବା ନର୍ସମାନଙ୍କୁ ସିଷ୍ଟର ବୋଲି କହିଥାଉ l କାରଣ ସେମାନଙ୍କର ଯେଉଁଭଳି ସମର୍ପଣ ଭାବନେଇ ରୋଗୀଙ୍କ ସେବା କରିଥାନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଅନେକ ସ୍ଥାନରେ ସେବିକାଙ୍କୁ କାମ କରିବା ପାଇଁ ସୁରକ୍ଷିତ ବାତାବରଣ ମିଳି ମିଳିନଥାଏ। ତେଣୁ ପ୍ରତ୍ୟକ ସେବିକାଙ୍କୁ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପ୍ରଦାନ କରାଯିବା ଆମର କର୍ତ୍ୟବ୍ୟ ଅଟେ । ଏହା ଦ୍ଵାରା ସେମାନେ ଆହୁରି ଭଲ କାର୍ଯ୍ୟ କରିପାରିବେ ଅତିଥିମାନେ ମତ ପ୍ରକାଶ କରିଥିଲେ l ଗତ ସୋମବାର ସଂନ୍ଧ୍ୟାରେ ଗୋପ ର ମାଟିଆଖାତ ସ୍ଥିତ ମୁକ୍ତି କଲେଜ ଅଫ୍ ନସିଂ ଇନଷ୍ଟିଚ୍ୟୁଟରେ ପାଳିତ ହେଉଥିବା ଅନ୍ତର୍ଜାତୀକ ସେବିକା ଦିବସ ଅବସରରେ ଇନଷ୍ଟିଚ୍ୟୁଟ୍ ର ଅଧକ୍ଷା ମନସ୍ମିନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତା ଆର୍ନ୍ତଜାତୀକ ସେବିକା ଦିବସ ଆୟୋଜିତ ହୋଇଥିଲା l ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ କୁମାର ନନ୍ଦ ଯୋଗ ଦେଇଥିବା ସ୍ଥଳେ, ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଗୋପ ମହାବିଦ୍ୟାଳୟ ରେ ପ୍ରାପ୍ତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ଅମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ଗଣେଶ୍ଵରପୁର ପଞ୍ଚାୟତ ରେ ସରପଞ୍ଚ ପ୍ରଭାତ କୁମାର ବେହେରା, ପ୍ରସାନ୍ତ କୁମାର ସେନାପତି, ମୁକ୍ତି ନସିଂ କଲେଜର ଚେ ଚେୟାରମ୍ୟାନ ଗଣେଷ ଚନ୍ଦ୍ର ଦାଶ , ସାମ୍ବାଦିକ ମିଲନ କୁମାର ମହାନ୍ତି, କାଲୁରାମ ଜେନା ପ୍ରମୁଖ ଯୋଗଦେଇ ନସିଂ ସେବାର ଭୁମିକା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ର ପ୍ରଦାନ କରାଯାଇ ସ୍ଵାଗତ କରାଯାଇଥିଲା। ପରିଶେଷରେ ଚଳିତ ବର୍ଷ ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହିତ ଅନୁଷ୍ଠାନ ପକ୍ଷରୁ ଏକ ଶପଥ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହାପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଂଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା।
