ଗଣଶିକ୍ଷା ବିଭାଗ ର ଶିକ୍ଷା ନୀତି କୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବିରୋଧ
ଗଣଶିକ୍ଷା ବିଭାଗ ର ଶିକ୍ଷା ନୀତି କୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବିରୋଧ ।
ସୋରଡା : ସୋରଡା ବ୍ଲକ୍ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଶ୍ରୀ ସନ୍ୟାସୀ କୁମାର୍ ନାୟକ ଙ୍କ ଅଧ୍ୟକ୍ଷତା ରେ ଗଣ ଶିକ୍ଷା ବିଭାଗର ପ୍ରକାଶିତ ଚିଠି ନମ୍ୱର୍ ୧୨୬୩୬ ତାରିଖ ୦୩/୦୫/୨୦୨୫ କୁ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏକ ପ୍ରତ୍ୟାଖାନ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଓ ଟି ଇ ଟି କୁ ପଦୋନ୍ନତି ପାଇଁ ବାଧ୍ୟତା ମୂଳକ ନ କରିବାପାଇଁ ଏକ ସମାଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ସୋରଡା ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ସରକାରଙ୍କ ତରଫରୁ ୨୦୧୧ ମସିଆ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପଦୋନ୍ନତି ପାଇଁ ଓ ଟି ଇ ଟି ପରୀକ୍ଷା ବଧ୍ୟାତା ମୂଳକ ନୁହେଁ ବୋଲି ମତପ୍ରକାଶ କରିଥିଲେ। ବର୍ତ୍ତମାନ କାହାର ଅବସର ସମୟ ୨ ରୁ ୪ ବର୍ଷ ବାକି ରହିଥିବାବେଳେ ତାଙ୍କୁ ଓ ଟି ଇ ଟି ପରୀକ୍ଷା ବାଧ୍ୟତା ମୂଳକ କରିବା ଏକ ହାସ୍ୟାସ୍ପଦ ଘଟଣା ଅଟେ ବୋଲି ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉ କି ଶିକ୍ଷକ ମାନଙ୍କ କହିବା ଅନୁଯାଇ ୨୦୧୧ ମସିହାରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବା ସମୟରେ ତତକାଳ ସରକାର ଓ ଟି ଇ ଟି ବିସୟରେ କୌଣସି ଚୁକ୍ତି ହୋଇନଥିଲା । ତେଣୁ ଉପସ୍ଥିତ ରହିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବର୍ତ୍ତମାନ ସରକାରୀ ବିଜ୍ଞପ୍ତି ଦ୍ଵାରା କରାଯାଇଥିବା ଓ ଟି ଇ ଟି ନିୟମକୁ ପ୍ରତିବାଦ କରିବା ସହ ୨୦୦୧ ମସିହା ଠାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପ୍ରାୟ ୪୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଓ ଟି ଇ ଟି ନିୟମରେ ପ୍ରଭାବିତ ହେବେବୋଲି ପ୍ରକାଶ କରିଥିଲେ । ତେଣୁ ଆଜିର ଏହି ବୈଠକ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସରକାଙ୍କୁ ଅନୁରୋଧ କରିବା ସହ ପଦୋନ୍ନତି ଦିଆଯାଉ ବୋଲି ନିବେଦନ କରିବା ସହ ଓ ଟି ଇ ଟି ନିୟମକୁ ପ୍ରତ୍ୟାଖାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସୋରଡା ସମ୍ପାଦକ ଶ୍ରୀ ସୁଦର୍ଶନ ବିଶ୍ୱାସରାୟ, ଅରୁଣ କୁମାର ବେହେରା, କାଲୁ ଚରଣ ପାଢ଼ୀ, ବଂଶୀଧର ବିଶୋଇ, ମାନସ ରଞ୍ଜନ ପାଢ଼ୀ, ମାତୃ ପ୍ରସାଦ ନାୟକ, ପ୍ରଭାକର ନାୟକ , ସୀତା ରଞ୍ଜିତ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବା ସହ ଓ ଟି ଇ ଟି କୁ ବାଧ୍ୟତା ମୂଳକ ନ କରିବା ସକାଶେ ଏହାକୁ ପ୍ରତିବାଦ କରିବା ସହ ସ୍ୱରଉତ୍ତୋଳନା କରିଥିଲେ ଏବଂ ସରକାରଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପଦୋନ୍ନତି କରାଯିବାକୁ ନେଇ ଅନୁରୋଧ କରିଥିଲେ ।
