କଥା ଦେଇ କଥା ରଖିଲେ ଆକାଶ

କଥା ଦେଇ କଥା ରଖିଲେ ଆକାଶ

କୋରେଇ, ୧୪/୦୫ : କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ୱର ଗ୍ରାମପଂଚାୟତ କାରଗିଲ୍ ଛକ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଣିକୋଇଲି-ଅମୃତିଆ ଆର୍‌.ଡି. ରାସ୍ତା ଠାରୁ ମହୁଲିଆ, ଆଲଡା, ରଣସରପୁର, କାରଗିଲ୍ ଛକ, ମୃତ୍ୟୁଞ୍ଜୟପୁର, ବାଢା, ଚାରଦା ଠାରୁ ରଗଡି-ପାଣିକୋଇଲି ପୂର୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୩ କୋଟି ୩ ଲକ୍ଷ । କାରଗିଲ ଛକ ଠାରେ ହଜାର ହଜାର କର୍ମୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରସ ଦାସ, ମନୋଜ ଦାସ, ରାଜେନ୍ଦ୍ର ରାଉତ, ରଞ୍ଜନ ପ୍ରତିହାରୀ, ସୁବ୍ରତ ସେଠୀ, ପ୍ରକାଶ ଧଳ, ଉଦୟ ପରିଡା, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ହଳଦୀଗଡିଆ ସମିତି ସଭ୍ୟ ଉଦୟ ନାୟକ, ଜହ୍ନା ସରପଂଚ ସଂଯୁକ୍ତା ସାହୁ, ପ୍ରମୋଦ ସାହୁ, ଏସ୍‌.କେ. ଜହର ଅଲ୍ଲୀ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ବୈତରଣୀ ମଣ୍ଡଳ ସଭାପତି ଆଲୋକ ମଲ୍ଲିକ, ବସନ୍ତ କର, ଗୟାଧର ପରିଡା, ନୀଳମାଧବ ଚକ୍ର, ଅଶୋକ ବାରିକ, ସୁବ୍ରତ ସ୍ୱାଇଁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ରଞ୍ଜନ ମହାନ୍ତି, ସତ୍ୟଜିତ୍ ପଟ୍ଟନାୟକ, ଦୁର୍ଯ୍ୟୋଧନ ସେଠୀ, ଶରତ ସେଠୀ, ବିଶ୍ୱଜିତ୍ ପଟ୍ଟନାୟକ, ପ୍ରଶାନ୍ତ ରାଉତ, ରାଜେନ୍ଦ୍ର ଗାହାଣ, ଗୋପାଳ ସାହୁ, ରାକେଶ ପ୍ରତିହାରୀ, ଅନିଲ ଦାସ, ଶରତ ଦାସ, ତପନ ଭାରତୀ, ଅଭିରାମ ଦାସ, ଲକ୍ଷ୍ମୀଧର କରଣ, ମନୋଜ ପାଢୀ, ଜନ୍ମେଜୟ ସାହୁ, ପ୍ରକାଶ ସାହୁ, ନିରଞ୍ଜନ ବାରିକ, ବିଜୟ ଦତଙ୍କ ସମେତ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *