ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ
# କୋଣାର୍କ,୧୪.୦୫(ଜ୍ଞାନ ରଞ୍ଜନ ବିଶ୍ଵାଳ) – ପ୍ରକାଶ ପାଇଛି ୨୦୨୫ ମସିହା ସିବିଏସଇ ପରୀକ୍ଷା ଫଳ। ଦଶମ ଓ ଦ୍ଵାଦଶ ଶ୍ରେଣୀ ଉଭୟ ପରୀକ୍ଷାରେ ପୁରୀ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ସଫଳତା ଶତ ପ୍ରତିଶତ ହୋଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଦ୍ୟାଳୟ ସମେତ ଛାତ୍ରଛାତ୍ରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ନବୋଦୟ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଅର୍ଚ୍ଚିତା ପ୍ରଧାନ। ପ୍ରଶାସନିକ ଅଧିକାରୀ ହୋଇ ଦେଶ ସେବା କରିବି ବୋଲି ଖୁସିବ୍ୟକ୍ତ କରିଛନ୍ତି ଅର୍ଚ୍ଚିତା। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ପୁରୀ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ଦେଖିବାକୁ ମିଳିଛି। ଅର୍ଚ୍ଚିତା ପ୍ରଧାନ ୫୦୦ ରୁ ୪୭୦ ନମ୍ବର ରଖି ୯୪% ସହ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ଗୋପ ବ୍ଲକ ଛଇତନା ଗ୍ରାମର ଭୀମସେନ ପ୍ରଧାନ ଓ ଚିତ୍ରଲେଖା ପ୍ରଧାନଙ୍କ ଝିଅ ନିଜର ଦକ୍ଷତା ଓ ଅଧ୍ୟବସାୟ ବଳରେ ନିଜର ଶ୍ରେଷ୍ଠ କୃତି ହାସଲ କରିଛନ୍ତି।

ଯାହାକୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ପରିବାର ଓ ଗୁରୁଜନ ମାନଙ୍କୁ ଶ୍ରେୟ ଦେଇଛନ୍ତି। ସ୍କୁଲରେ ପାଠ ପଢିବା ସହିତ ଛୁଟି ଦିନରେ ନିଜକୁ ବାନ୍ଧି ରଖନ୍ତି ପାଠ ପଢାରେ। ୟୁ ଟ୍ୟୁବ୍ ସହାୟତା ସହ ପାଠରେ ନିଜର ଡାଉଟ କ୍ଲିଅର୍ କରନ୍ତି ଶ୍ରେଣୀରେ। ଯାହା ଫଳରେ ସେ ସଫଳତା ହାସଲ କରିଥିବା କହିଛନ୍ତି। ପରିବାରର ବଡ ମା, ବଡ ବାପା ଦାଦା, ବାପା ରାଜନୀତି କରି ଦେଶ ସେବା କରୁଥିବା ବେଳେ ସେ ସିଭିଲ ସର୍ଭିସ କରି ପ୍ରଶାସନିକ ଅଧିକାରୀ ହୋଇ ଦେଶ ସେବା କରିବି ବୋଲି କହିଛନ୍ତି ଛାତ୍ରୀ ଅର୍ଚ୍ଚିତା। ପୂର୍ଣ୍ଣିମା ସାହୁ ଦ୍ଵିତୀୟ ଓ ଶୁଭଦର୍ଶୀନି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ସୌମ୍ୟ ଶୁଭମ୍ ସାହୁ ପ୍ରଥମ, କ୍ରିଷ୍ଣା ପ୍ରସାଦ ପଣ୍ଡା ଦ୍ଵିତୀୟ ଓ ଗୋପ ବ୍ଲକ ବୌଲାଙ୍ଗ ଗ୍ରାମର ସସ୍ମିତା ମହାନ୍ତି ଓ ସମୀର ମହାନ୍ତିଙ୍କ ପୁତ୍ର ଏସ.ଏସ ରାଜନନ୍ଦନ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ସମେତ ପୁରୀ ଜିଲ୍ଲା ପାଇଁ ସଫଳତା ହାସଲ କରିଛନ୍ତି। ଯାହାକୁ ନେଇ ବିଦ୍ୟାଳୟ ସମେତ ଛାତ୍ରଛାତ୍ରୀ ମାନଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
