ନାଉଗାଁ ମହୋତ୍ସବ
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମଣି କର୍ନିକା ଘାଟ, ଚଗଲା ଦାସ ମଠ ପଡ଼ିଆ ଠାରେ ୩ୟ ନାଉଗାଁ ମହୋତ୍ସବ ଆରମ୍ଭ ହୋଇ ଯାଇଅଛି। ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଉଦଘାଟନ କରିଥିଲେ। କମିଟି ସଭାପତି ଚୌଧୁରୀ ସତ୍ୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବ ରେ ବିଭିନ୍ନ କ୍ଷେତରେ ଖ୍ୟାତି ଅର୍ଜନ କରିଥିବା ନାଉଗାଁ ମାଟିର ସନ୍ତାନ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ତେବେ କଳା, ସାହିତ୍ୟ, ପୁଯ୍ୟପୂଜା ଓ ଭାଇଚାରା ପରମ୍ପରା କୁ ଉଦଯିବିତ କରି ରଖିବା ଏହି ମହୋତ୍ସବ ର ଉଦ୍ଦେଶ୍ୟ ହୋଇଥିବା ବେଳେ ଏହାକୁ ଆଗକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଉଦ୍ଘାଟକ ଓ ଆୟୋଜକ l
