ସୋରଡ଼ା ରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
Date-15/05/2025Place-ସୋରଡ଼ା ରେ ବୀରତ୍ୱ, ଷୌର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଜଣାଇ ଆଜି ସୋରଡ଼ା ବ୍ଳକ ରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜନ କରାଯଇଥିଲା |ଜାମ୍ମୁ କାଶ୍ମୀର ର ପହଲଗାଁଓ ଠାରେ ନିରୀହ ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦୀ ମାନଙ୍କ ଦ୍ୱାରା କରାଯାଇଥିବା ବର୍ବୋ ରଚିତ ନରସଂହାର ବିରୋଧ ରେ କରାଯାଇଥିବା ଭାରତୀୟ ସାମରିକ ବାହିନୀ ର ” ଅପରେସନ ସିନ୍ଦୁର ” ର ସଫଳତା ଉଦେଶ୍ୟ ରେ ଭାରତୀୟ ଯବାନ ଙ୍କ ବିରତ୍ୱ, ସୌର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଦେବା ଉଦେଶ୍ୟ ରେ ଆମ ଜାତୀୟ ପତାକା ତ୍ରିରଙ୍ଗା ସହ ବାଇକ ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଳକ ମିଳିତ ଆନୁକୂଲ୍ୟରେ ର ପଞ୍ଚାନନ ମନ୍ଦିର ଛକ ଠାରୁ ଜରଉ ହନୁମାନ ଛକ ଯାଏଁ ଅନୁଷ୍ଠିତ ହୋଇଥିଲା | ଏହି ଶୋଭାଯାତ୍ରା ରେ ସାଧାରଣ ଜନତା, ଛାତ୍ର, ଯୁବକ,ପୋଲିସ ବାହିନୀ, ଲୋକପ୍ରତିନିଧି ଓ ପୂର୍ବତନ ସେନା ବାହିନୀ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ | ଏଥିରେ ପ୍ରାୟ ପାଞ୍ଚଶହ ଲୋକ ଯୋଗ ଦେଇଥିଲେ |
