ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ରାୟଗଡ଼ା-୧୫/୫-ଜିଲ୍ଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଅରକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଆଭାସି ମାଧ୍ୟମରେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସାହାଟେ ପ୍ରମୁଖ ଯୋଗଦାନ କରିଥିଲେ l ଏହି ବୈଠକରେ ପୂର୍ବ ବୈଠକ ନିଷ୍ପତିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା l ବିଶେଷ କରି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଛକ ଗୁଡିକରେ ନିହାତି ଆବଶ୍ୟକ ବ୍ୟବସ୍ଥା ଉପରେ ନିଆଯାଇଥିବା କାର୍ଯ୍ୟକ୍ରମ ଯଥା ସାଇବୋର୍ଡ, ରୁମବ୍ଲେର୍ସ ବ୍ୟବସ୍ଥା, ବସ୍ କଟିଙ୍ଗ, ରେଡିୟମ ଲାଇଟ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା l ଏହି ସବୁ ବ୍ୟବସ୍ଥା କାର୍ଯକାରୀ ନକରିଥିଲେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବୈଠକରେ ଅରକ୍ଷୀ ଅଧିକ୍ଷକ କହିଛନ୍ତି l ସ୍ଥାନୀୟ ନଗlବଳି ପ୍ଲାନେଟୋରିଅମ ପାଖରେ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶିକ୍ଷା ଅଧିକାରୀଙ୍କୁ କହିଥିଲେ l ରାୟଗଡା ସହରର ବିଭିନ୍ନ ସପିଙ୍ଗ ମୋଲ, ବ୍ୟାଙ୍କ, ଗାଡ଼ି ଶୋ ରୁମଗୁଡିକରେ ବେଆଇନ ଭlବରେ ଗାଡ଼ି ପlର୍କିଙ୍ଗ କରାଯାଉଥି ହେତୁ ଗାଡ଼ି ଚଳାଚଳ ଅସୁବିଧା ହେଉଥିବାରୁ ତୁରନ୍ତ ଏହାର ସମାଧାନ କରିବାକୁ କିଛି ସଦସ୍ୟ ଦୃଷ୍ଠି ଆକର୍ଷଣ କରିଥିଲେ l

ରେଲୱେ ଷ୍ଟେସନ ଛକରୁ ଜିଲ୍ଲାପାଳଙ୍କ ବାସଭବନ ଛକ, ହୋଣ୍ଡା ଶୋ ରୁମ ଏବଂ ବ୍ଲକ ଛକରୁ ସାରୁମ ପାର୍ଲର ପର୍ଯ୍ୟନ୍ତ ଗାଡି ଚଳାଚଳ ଅସୁବିଧା ଦେଖାଦେଉଥିବାରୁ ଏହାକୁ ସୁଧାରିବାକୁ ଦୃଷ୍ଟିଗୋଚର କରାଯାଇଥିଲା l ଆରଟିଓ ଓ ପୋଲିସର କଡାକଡି ଯାଞ୍ଚ କରିବାକୁ ଆରକ୍ଷୀ ଅଧିକ୍ଷକ ନିର୍ଦେଶ ଦେଇଥିଲେ l ଚଳିତ ଅପ୍ରେଲ ମାସ ସୁଦ୍ଧା ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ୧୫ ଜଣଙ୍କଠାରୁ ୧୫ହଜାର ଟଙ୍କା, ବିନା ହେଲେମେଟରେ ଗାଡ଼ି ଚାଳନା ପାଇଁ ୯୬୫ଜଣଙ୍କଠାରୁ ୯ଲକ୍ଷ ୬୫ହଜାର, ବିନା ସିଟି ବେଲ୍ଟରେ ଗାଡ଼ି ଚାଳନା ପାଇଁ ୨୯୪ଜଣକଠାରୁ ୩ଲକ୍ଷ ୨ହଜାର ୫ଶହ ଟଙ୍କା, ଅନ୍ୟାନ୍ୟ ଫାଇନା ବାବଦକୁ ୨୩୩ଜଣକଠାରୁ ୧ଲକ୍ଷ ୮୨ହଜାର ୫ଶହ ଟଙ୍କା ମିଶି ସର୍ବମୋଟ ଜରିମାନା ୧୪ଲକ୍ଷ ୬୫ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି l ଆଗକୁ ଆହୁରି କଡାକଡି ଯାଞ୍ଚ କରିବାକୁ ବୈଠକରେ କୁହାଯାଇଛି lଏହି ବୈଠକରେ ଆରଟିଓ ଶିବଶଙ୍କର ଚୌଧୁରୀ, ଆଞ୍ଚଳିକ ପରିବହନ କମିଟିର ସଦସ୍ୟମାନେ, ବିଭିନ୍ନ ବ୍ଲକରୁ ବିଡ଼ିଓ,ଥାନାରୁ ଥାନା ଅଧିକାରୀ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *